ବୌଦ୍ଧକୁ ଫେରିଛନ୍ତି ୧୧୯୩ ପ୍ରବାସୀ ଶ୍ରମିକ

0 934

ବୌଦ୍ଧ : ବୌଦ୍ଧ ଜିଲ୍ଲାକୁ ଗତ ୩ ତାରିଖରୁ ୨୦ ତାରିଖ ସକାଳ ୧୦.୩୦ ମି. ସୁଦ୍ଧା ବାହାର ରାଜ୍ୟରୁ ୧୧୯୩ ଜଣ ପ୍ରବାସୀ ଶ୍ରମିକ ଫେରିଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । ସେଥିମଧ୍ୟରୁ ବୌଦ୍ଧ ବ୍ଲକର ୨୫୧ଜଣ, ହରଭଙ୍ଗା ବ୍ଲକର ୪୬୧ଜଣ, କଣ୍ଟାମାଳ ବ୍ଲକର ୪୫୬ଜଣ ଓ ବୌଦ୍ଧ ସହରାଞ୍ଚଳର ୧୬ଜଣ ବୋଲି ଜଣାପଡିଛି । ଜିଲ୍ଲାରେ ପ୍ରବାସୀ ଶ୍ରମିକଙ୍କୁ ସଂଗରୋଧରେ ରଖିବା ପାଇଁ ୩୬ଟି ଅସ୍ଥାୟୀ ଶିବିର ଖୋଲାଯାଇଛି । ସ୍ୱାବ ପରୀକ୍ଷା ପାଇଁ ୭୬୨ଟି ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି । ସେଥିମଧ୍ୟରୁ ୫୭୩ଟି ନମୂନାର ରିପୋର୍ଟ ପରୀକ୍ଷା ହୋଇ ଫେରିଥିବା ବେଳଏ ୩୩ଟି କରୋନା ପଜିଟିଭ ଓ ୫୪୦ଟି ନେଗେଟିଭ ବାହାରିଛି । ଆହୁରି ୧୮୮ଟି ନମୂନାର ରିପୋର୍ଟ ପରୀକ୍ଷାଗାରରୁ ଆସିନଥିବା ପ୍ରଶାସନ ସୂଚନା ଦେଇଛି ।

hiranchal ad1
Leave A Reply

Your email address will not be published.

5 × 1 =