ବୌଦ୍ଧ : ବୌଦ୍ଧ ଜିଲ୍ଲାର ଜଣେ ନାବାଳିକା ଜଗତସିଂହପୁର ଜିଲ୍ଲା ବାଲିକୁଦାଠାରେ ଗୋଟିଏ ମେଲୋଡି ପାର୍ଟର ମାଲିକ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ସୂଚନା ମିଳିଛି । ନାବାଳିକା ଜଣକ ନର୍ତ୍ତକୀ ହିସାବରେ ମେଲୋଡି ପାର୍ଟିରେ କାମ କରୁଥିଲେ । ଏ ସଂପର୍କରେ ସେ ବାଲିକୁଦା ଥାନାରେ ଅଭିଯୋଗ କରିଥିଲେ । ତାଙ୍କୁ ଜଗତସିଂହପୁର ଚାଇଲ୍ଡ ଲାଇନ ଉଦ୍ଧାର କରି ଶିଶୁ ମଙ୍ଗଳ ବିଭାଗକୁ ହସ୍ତାନ୍ତର କରିଥିବା ଜଣାପଡିଛି ।