ବୌଦ୍ଧ:ଲକ୍ଡାଉନ ଗାଇଡଲାଇନ ଅନୁଯାୟୀ ହୋଟେଲମାନେ ରୋଷେଇକରି କେବଳ ପାର୍ସଲ ଯୋଗାଇବାର ଅନୁମତି ଥିବାବେଳେ ଦୋକାନ ଆଗରେ ବାହାର ରାଜ୍ୟର ଲୋକଙ୍କୁ ଜଳଖିଆ ଖାଇବାକୁ ଦେଇ ୧ହଜାର ଟଙ୍କା ଫାଇନ ଗଣିଛନ୍ତି ଦୋକାନୀ । ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧସହର ଏନଏସି ଛକ ନିକଟ ମାର୍କେଟ କଂପ୍ଲେକ୍ସରେ କିଛିଦିନ ହେଲା ଏକ ଜଳଖିଆ ଦୋକାନ ସକାଳବେଳା ଖୋଲୁଥିଲା ।
ଗତକାଲି ମହାରାଷ୍ଟ୍ର ରାଜ୍ୟର ପଞ୍ଜିକୃତ ଏକ କାରରେ ୩/୪ ଜଣ ଲୋକ ଆସି ଉକ୍ତ ଦୋକାନୀଙ୍କ ଠାରୁ ଜଳଖିଆ କିଣି ଦୋକାନ ଆଗରେ ଖାଇଥିଲେ । ସେହିବାଟ ଦେଇ ଯାଉଥିବା ପିସିଆର ଭ୍ୟାନର ଦୃଷ୍ଟିରେ ଏ ଦୃଶ୍ୟ ପଡିଥିଲା । ପୋଲିସ ଦୋକାନୀ ଓ ତାର କର୍ମଚାରୀଙ୍କୁ ଥାନାକୁ ଉଠାଇନେଇ ଅଟକ ରଖିବାସହ ଦୋକାନକୁ ସର୍ଟଡାଉନ କରିଥିଲା । ପରେ ଦୋକାନମାଲିକ ଓ କର୍ମଚାରୀ ୧ହଜାର ଟଙ୍କା ତଣ୍ଡ ଗଣି ଥାନାରୁ ଆସିଥିଲେ ।
ମହାରାଷ୍ଟ୍ର ରାଜ୍ୟର ଲୋକେ ରାସ୍ତାରେ ଛିଡାହୋଇ ଜଳଖିଆ ଖାଇଥିବାରୁ ଏନଏସି ଛକ ଅଞ୍ଚଳକୁ ଦମକଳ ବାହିନୀ ସାନିଟାଇଜ କରୁଥିବା ଦେଖିବାକୁ ମିଳିଥିଲା ।