ଚା’ଦୋକାନୀଙ୍କୁ ଥାନାକୁ ନେଲା ପୋଲିସ

0 2,258

ବୌଦ୍ଧ: ଆଜି ସକାଳ ୫ଘଣ୍ଟା ସମୟରେ ପିସିଆର ଭ୍ୟାନରେ ପେଟ୍ରୋଲିଂ କରୁଥିବାବେଳେ ବୌଦ୍ଧସହର ଗାନ୍ଧୀଛକରେ ଚା’ ଦୋକାନ ଖୋଲିଥିବା ୨ଜଣ ଦୋକାନୀଙ୍କ ଦୋକାନ ବନ୍ଦ କରି ବୌଦ୍ଧ ପୁଲିସ ଥାନାକୁ ନେଇଯାଇଥିବା ଜଣାପଡିଛି । ଚତୁର୍ଥପର୍ଯ୍ୟାୟ ଲକ୍‌ଡାଉନ ସମୟରେ ବୌଦ୍ଧ ସହରରେ ଭୋର୍ ସମୟରୁ କିଛି ସମୟ ପାଇଁ କିଛିକିଛି ଚା’ଦୋକାନ ଖୋଲା ରହୁଥିବା ଦେଖିବାକୁ ମିଳୁଥିଲା । ସାମାଜିକ ଦୂରତାକୁ ପ୍ରାଥମିକତା ଦେଇ ଗ୍ରାହକମାନଙ୍କୁ ଚା’ ବିକି ଆସୁଥିଲେ । କେଉଁ ଦୋକାନରେ ଅଧିକ ଗହଳି ହେଲେ କିମ୍ବା ସାମାଜିକ ଦୂରତା ଉଲ୍ଲଂଘନ ହେଲେ ପିସିଆର ଗାଡି ଦୋକାନୀଙ୍କୁ ତାଗିଦ କରୁଥିବା ଦେଖିବାକୁ ମିଳୁଥିଲା । ଆଜି ଚା’ ଦୋକାନ ବନ୍ଦ କରାଇ ଗାନ୍ଧୀଛକରୁ ୨ଜଣ ଦୋକାନୀଙ୍କୁ ପୋଲିସ ଥାନାକୁ ନେଇ ଯାଇଥିବାରୁ ଖୋଲାଯାଇଥିବା ଚା’ ଦୋକାନ ଗୁଡିକୁ ଦେକାନୀମାନେ ଆପେଆପେ ବନ୍ଦ କରିଦେଇଥିଲେ ।

hiranchal ad1
Leave A Reply

Your email address will not be published.

one − 1 =