ଜିଲ୍ଲାରେ ୫ଟି ପଜିଟିଭ ଯୋଗୁଁ ପ୍ରଶାସନର କଡା ଆଭିମୁଖ୍ୟ : ଗତକାଲି ପରି ଆଜି ବଜାର ଛକରେ ଭିଡନାହିଁ

0 257

ସମ୍ବଲପୁର: ଜିଲ୍ଲାରେ କରୋନା ପଜିଟିଭଙ୍କ ସଂଖ୍ୟା ଗତକାଲି ୫ ହୋଇଗଲା ପରେ ଆଜି ପ୍ରଶାସନ ପକ୍ଷରୁ କଡା ଆଭିମୁଖ୍ୟ ଗ୍ରହଣ କରାଯାଇ ଓ ସାବିତ୍ରୀ ବ୍ରତ ପାଇଁ ବଜାର ଭିଡ ଉପରେ କଟକଣା ଜାରି କରାଯାଇଛି । ସେଥିପାଇଁ ଆଜି ସକାଳୁ ସ୍ଥାନୀୟ ଗୋଲବଜାରଛକ ଓ ବୈଦ୍ୟନାଥ ଛକରେ କୌଣସି ଫଳଠେଲା କିମ୍ବା ଫୁଲବିକାଳୀଙ୍କୁ ପୁଲିସ ପୁରେଇ ଦେଇନାହିଁ ଯଦିଓ ଗତକାଲି ସେଠାରେ ହରିହାଟ ପରି ଭିଡ ହୋଇଥିଲା । ଗୋଲବଜାର ଛକରେ ପୁଲିସ ପିସିଆର ଲଗାଇ ସ୍ଥିତି ଉପରେ ତୀକ୍ଷ୍‌ଣ ଦୃଷ୍ଟି ରଖିଛି । ଏହାଫଳରେ ଆଜି ସାବିତ୍ରୀ ବ୍ରତ ସତ୍ତ୍ୱେ ଲୋକେ ସେଠାରୁ ନିରାଶ ଫେରି ଅନ୍ୟସ୍ଥାନରେ ସେଗୁଡିକ କିଣିଥିଲେ ।

hiring

ଜିଲ୍ଲାରେ ବର୍ତ୍ତମାନ କରୋନା ପଜିଟିଭଙ୍କ ସଂଖ୍ୟା ୫ ମଧ୍ୟରୁ ୪ଟି କ୍ୱାରେଣ୍ଟାଇନ କେନ୍ଦ୍ରରେ ମିଳିଥିବାରୁ ଗୋଟିଏପଟେ ପ୍ରଶାସନ ଆଶ୍ୱସ୍ତ ଥିଲା କିନ୍ତୁ ପଞ୍ଚମଟି ସୁନାପାଲି ଜଣଙ୍କ ଘରୁ ବାହାରିଥିବା ପ୍ରଶାସନ ପାଇଁ ମୁଣ୍ଡବ୍ୟଥା ହୋଇଛି । ଘରେ ସେ ଜଣକ ହୋମ ଆଇସୋଲେଶନ ରହିଥିଲେ ଏଣୁ ଉକ୍ତ ଘରର ସମସ୍ତଙ୍କ ଟିକିନିଖି କରି ପରୀକ୍ଷା ସହିତ ସେମାନଙ୍କ ଉପରେ ତୀକ୍ଷଣ ଦୃଷ୍ଟି ରଖାଯାଇଛି । ବର୍ତ୍ତମାନ ପ୍ରଶାସନ ଆଶଙ୍କା କରୁଛି ଯେ ଏପରି ଆହୁରି କିଛି ମାମଲା ବାହାରିପାରେ । ଏହିଦୃଷ୍ଟିରୁ ଗତକାଲି ପ୍ରଶାସନ ପକ୍ଷରୁ ଶୀତଳଷଷ୍ଠୀ ଯାତ୍ରା ଆୟୋଜକମାନଙ୍କ ସହିତ ଆଲୋଚନା କରି ତାଙ୍କ ପୂର୍ବ ଘୋଷିତ କାର୍ଯ୍ୟକ୍ରମ ପରିବର୍ତ୍ତନ କରାଯାଇଛି । ବର୍ତ୍ତମାନ ଆଉ ଶୀତଳଷଷ୍ଠୀ ପରଦିନ ଦେବଦଂପତି ମହାଦେବ ଓ ପାର୍ବତୀ କୌଣସିମତେ ଜନସାଧାରଣଙ୍କ ଦର୍ଶନ ପାଇଁ ନଗର ପରିକ୍ରମା କରିପାରିବେ ନାହିଁ । ଆୟୋଜକମାନେ ଚାହୁଁଛନ୍ତି ଯେ କମସେ କମ ମନ୍ଦିର ଭିତରେ ହେଲେ ଜନସାଧାରଣ ସେମାନଙ୍କ ଦର୍ଶନ କରନ୍ତୁ । ଏ ବିଷୟରେ କୌଣସି ପ୍ରତିଶ୍ରୁତି ଦେବାପାଇଁ ପ୍ରଶାସନ ରାଜି ହେଉନାହିଁ ।

hiranchal ad1
Leave A Reply

Your email address will not be published.

four × four =