କାଶୀନଗର ଶିକ୍ଷା ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ

0 84

ଗଜପତି ଜିଲ୍ଲା କାଶୀନଗର ବ୍ଳକର ଶିକ୍ଷା ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ 4ଲକ୍ଷ 83 ହଜାର 7ଶହ 51 ଟଙ୍କାର ଚେକ ପ୍ରଦାନ କରାଯାଇଛି।ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗଙ୍କ ନିର୍ଦ୍ଦେଶ କ୍ରମେ ବ୍ଳକର ବିଭିନ୍ନ ବର୍ଗର ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନେ ଗୋଟିଏ ଦିନର ଦରମାର ଅର୍ଥ ରାଶି ପ୍ରଦାନ କରିଛନ୍ତି।କାଶୀ ନଗର ବ୍ଳକର ଗୋଷ୍ଠୀ ଶିକ୍ଷା ଅଧିକାରୀ ଡ ବୃଷକେତୁ ଦାସ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗଙ୍କୁ ଏହି ଚେକ ପ୍ରଦାନ କରିଛନ୍ତି। ଏହି ସହାୟତା ରାଶି ସଂଗ୍ରହରେ ଟି କିଶୋର କୁମାର,ଯେ କାରିୟା, ମିନା କୁମାରୀ ବେହେରା,ସହକାରୀ ଗୋଷ୍ଠୀ ଅଧିକାରୀ ସହଯୋଗ କରିଛନ୍ତି।ଏହି ମହତ ଦାନ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ଧନ୍ୟବାଦ ଜଣାଇଛନ୍ତି।ପ୍ରକାଶ ଥାଉକି ସଂପ୍ରତି ରାଜ୍ୟରେ କରୋନା ମହାମାରୀ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିକୁ କାଶୀନଗର ବ୍ଳକର ଶିକ୍ଷା ବିଭାଗ ସହାୟତାର ହାତ ବଢ଼ାଇଛି।ଏହି ଭଳି କାର୍ଯ୍ୟ କୁ ବୁଦ୍ଧିଜୀବୀ ମହଲରେ ଭୁୟସ ପ୍ରଶଂସା କରାଯାଇଛି।

hiranchal ad1
Leave A Reply

Your email address will not be published.

4 + five =