ବୌଦ୍ଧରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହେଲେ

0 849

ବୌଦ୍ଧ: ବୌଦ୍ଧ ଜିଲ୍ଲାର ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଘୋଷଣା କରିଛି । ଗତ ଦୁଇଦିନ ତଳେ ମଧ୍ୟ ଜଗତି ସଙ୍ଗରୋଧ କେନ୍ଦ୍ରରୁ ସମ୍ କୋଭିଡ ହସ୍ପିଟାଲ ଯାଇଥିବା ୩ଜଣ କରୋନା ଆକ୍ରାନ୍ତ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିଲେ । ତେଲିବନ୍ଧ ସଙ୍ଗରୋଧ କେନ୍ଦ୍ରରୁ ସମକୁ ଯାଇଥିବା ଚତୁର୍ଥ କରୋନା ରୋଗୀ ସୁସ୍ଥ ହେବା ଘଟଣା ଜିଲ୍ଲା ପାଇଁ ଖୁସିର ବିଷୟ । ଜିଲ୍ଲାରୁ ୩୩ ଆକ୍ରାନ୍ତଙ୍କ ମଧ୍ୟରୁ ୪ଜଣ ସୁସ୍ଥ ହେବା ପରେ ବର୍ତ୍ତମାନ ଆଉ ୨୯ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି । ତନ୍ମଧ୍ୟରୁ ସମ୍ କୋଭିଡ ହସ୍ପିଟାଲରେ ବର୍ତ୍ତମାନ ମଧ୍ୟ ୮ଜଣ ଚିକିତ୍ସିତ ହେଉଥିବା ବେଳେ ବୌଦ୍ଧସ୍ଥିତ କୋଭିଡ ହେଲଥ ସେଣ୍ଟରରେ ୨୧ଜଣ ଚିକିତ୍ସିତ ହେଉଛନ୍ତି ।

hiranchal ad1
Leave A Reply

Your email address will not be published.

4 × 1 =