ଅନ୍ୟ ରାଜ୍ୟରୁ ଫସି ରହିଥିବା ଶ୍ରମିକମାନଙ୍କୁ ନିଜ ରାଜ୍ୟକୁ ପଠାଇବା ପାଇଁ ଗଜପତି ଜିଲ୍ଲା ପ୍ରଶାସନର ପଦକ୍ଷେପ

0 143

ଲକଡାଉନ ଯଥା ମାର୍ଚ୍ଚ ମାସର 25 ତାରିଖ ପୂର୍ବରୁ ଅନ୍ୟ ରାଜ୍ୟରୁ ଆସି ବିଭିନ୍ନ କାମରେ ଫସି ରହିଥିବା ବ୍ୟକ୍ତିମାନଙ୍କୁ ସେମାନଙ୍କର ନିଜ ରାଜ୍ୟକୁ ପଠାଇବା ପାଇଁ ଗଜପତି ଜିଲ୍ଲା ପ୍ରଶାସନ କାମ ଆରମ୍ଭ କରିଛି।ପ୍ରାୟ 200 ରୁ ଅଧିକ ବ୍ୟକ୍ତି ବିଶେଷ ବିଭିନ୍ନକାମରେ ଆସି ଲକ ଡାଉନ ଘୋଷଣା ହେଲା ପରେ ତାଙ୍କ ରାଜ୍ୟ କୁ ଫେରି ପାରି ନଥିଲେ।ଏବଂ ସେମାନଙ୍କ ର କାମଧନ୍ଦା ଏଠାରେ ବନ୍ଦ ହୋଇଯିବା ପରେ ସେମାନଙ୍କ ପାଇଁ ମୁଠାଏ ଖାଇବା ବି କଷ୍ଟ କର ହୋଇପଡିଥିଲା ସେମାନଙ୍କ ଭିତରେ 32 ଜଣ ମହିଳା ଥିବା ବେଳେ 35 ଜଣ ଶିଶୁ ବି ଥିଲେ।ଠିକ ଏହି ସମୟରେ ଓଡ଼ିଶା ସରକାରଙ୍କ ଘୋଷଣା କ୍ରମେ ଜିଲ୍ଲାପ୍ରଶାସନ ସେମାନଙ୍କ ପାଇଁ ଖାଇବା ଓ ରହିବାର ବନ୍ଦୋବସ୍ତ କରିଥିଲା।ସେହିମାନେ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ଲୁହାଗଡି,ମୋହନା ଅଡବା,ଅଲଡ଼ା,ଖାଣ୍ଡବା ଏବଂ ପାରଳାଖେମୁଣ୍ଡି ଠାରେ ସରକାରଙ୍କ ବିଭିନ୍ନ କୋଠାରେ ଗତ ମାର୍ଚ୍ଚ 25 ତାରିଖରୁ ରହି ଆସୁଥିଲେ। ଜିଲ୍ଲା ପ୍ରଶାସନ ଦୀର୍ଘ 50 ଦିନରୁ ଉର୍ଦ୍ଧ୍ବ ସେମାନଙ୍କର ଯତ୍ନ ନେଲା ପରେ ଲକ ଡ଼ାଉନ 4.0 ନିୟମ କୋହଳ ହେଲା ପରେ ସେମାନେ କିପରିସେମାନଙ୍କର ରାଜ୍ୟକୁ ଫେରିବେ ସେଥିପାଇଁ କାମ ଆରମ୍ଭ କରାଯାଇଥିଲା।

hiring

ଗତ 2 ଦିନ ଭିତରେ ସେମାନଙ୍କ ପାଇଁ ବସର ବନ୍ଦୋବସ୍ତ କରି ପଶ୍ଚିମ ବଙ୍ଗର 14 ଜଣ,ଛତିଶଗଡ଼ର11ଜଣ ମଧ୍ୟପ୍ରଦେଶ ର 27 ଜଣ ରାଜସ୍ଥାନର 9 ଜଣ ଆନ୍ଧ୍ର ପ୍ରଦେଶର 8 ଜଣଙ୍କୁ ପଠାଯାଇଛି।ସେହିପରି କର୍ଣ୍ଣାଟକକୁ ଟ୍ରେନ ଯୋଗେ 9 ଜଣଙ୍କୁ ଗଜପତିରୁ ଛାଡିବାର ବ୍ୟବସ୍ଥା କରାଯାଇଛି। ସେମାନେ ଗଜପତି ଛାଡିବା ପୂର୍ବରୁ ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ସେମାନେ ଯିବାକୁ ଥିବା ରାଜ୍ୟ ଓ ଜିଲ୍ଲା ପ୍ରଶାସନ କୁ ସୂଚନା ଦେବା ସହ ସେମାନଙ୍କୁ ନିର୍ଦ୍ଧିଷ୍ଟ ଜାଗାରୁ ଗ୍ରହଣ କରିବା ସହ କିପରି ସେମାନେ ଭଲରେ ପହଞ୍ଚିବେ ସେଥିପାଇଁ ପଦକ୍ଷେପ ନେବାପାଇଁ ନିବେଦନ କରାଯାଇ ଥିଲା। ଜିଲ୍ଲା ପାଳ ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀଯୁକ୍ତ ମହେଶ୍ୱର ନାୟକ ଏବଂ ତାଙ୍କର ସହଯୋଗୀ ସହକାରୀ ଶ୍ରମ ଅଧିକାରୀ ଓ ଶ୍ରମ ନିରୀକ୍ଷକଙ୍କ ସହ ସହଯୋଗରେ ଏହି କାର୍ଯ୍ୟ ସମାପନ କରାଯାଇଛି।ଫେରି ଯାଇଥିବା କିଛି ଭଦ୍ର ବ୍ୟକ୍ତି ମଧ୍ୟ ପହଞ୍ଚିବା ପରେ ଗଜପତି ଜିଲ୍ଲା ପ୍ରଶାସନକୁ ଫୋନ ଯୋଗେ ଧନ୍ୟବାଦ ଦେବା ନଜର କୁ ଆସିଛି।ପୁଣି ବାକି ରହିଥିବା ଆହୁରି 100ରୁ ଉର୍ଦ୍ଧ୍ବ ଅନ୍ୟ ରାଜ୍ୟକୁ ଶ୍ରମିକ କିପରି ତାଙ୍କ ରାଜ୍ୟକୁ ଯଥାଶୀଘ୍ର ଫେରିବେ ସେଥିପାଇଁ ଜିଲ୍ଲା ପ୍ରଶାସନ କାର୍ଯ୍ୟ କରି ଚାଲିଛି।

hiranchal ad1
Leave A Reply

Your email address will not be published.

three + fourteen =