ଶ୍ରମଜୀବି ପରିବାର ବଞ୍ଚିତ : ଖାଦ୍ୟ ନିରାପତ୍ତା ଯୋଜନା କାହାପାଇଁ ?

0 662

ବୌଦ୍ଧ: ଗରିବ ଲୋକଙ୍କ ଖାଦ୍ୟ ନିରାପତ୍ତା ସୁରକ୍ଷିତ କରିବାପାଇଁ କେନ୍ଦ୍ର ସରକାର କରିଛନ୍ତି ଖାଦ୍ୟ ନିରାପତ୍ତା ଯୋଜନା । ରାଜ୍ୟସରକାର ମଧ୍ୟ କେନ୍ଦ୍ର ତାଲିକାରୁ ବଞ୍ଚିତ ଗରିବ ହିତାଧିକାରୀଙ୍କୁ ଖାଦ୍ୟ ଯୋଗାଇ ଦେବାପାଇଁ ନିଜସ୍ୱ ଯୋଜନା କରିଛନ୍ତି । ଦୁଃଖଲାଗେ କେନ୍ଦ୍ର ଓ ରାଜ୍ୟର ଉଭୟ ଯୋଜନାରେ ହିତାଧିକାରୀ ହୋଇପାରିନଥିବା ଜଣେ ଗରିବ ଶ୍ରମଜୀବି ପରିବାରର ଦୁଃଖ କାହାଣୀ ଶୁଣିଲେ ।
ବୌଦ୍ଧବ୍ଲକ ବଘିଆପଡା ଗ୍ରାମପଞ୍ଚାୟତର ସାନଗୋଚ୍ଛାପଡା ଗ୍ରାମରେ ବାସକରନ୍ତି ମାନସ ପ୍ରଧାନଙ୍କ ପରିବାର । ସ୍ତ୍ରୀ ଗୀତା ପ୍ରଧାନ ଓ ତିନୋଟି ଛୁଆଙ୍କୁ ନେଇ ସେମାନଙ୍କର ସଂସାର । ମାନସ ଶ୍ରମିକ ଭାବରେ ଏକ ଟ୍ରାକ୍ଟରରେ କାମକରନ୍ତି । ଦୈନିକ ଯାହା ମଜୁରୀ ମିଳେ ସେଥିରେ କଷ୍ଟେମଷ୍ଟେ ଚଳିଥାନ୍ତି । ଜମିବାଡି ବୋଲି କିଛିନାହିଁ କଲେଯାଇ ଚଳିବା କଥା । ଖାଉଟି କାର୍ଡଟିଏ ପାଇଁ ୩ବର୍ଷ ହେଲା ଦଉଡି ଦଉଡି ନୟାନ୍ତ ହୋଇସାରିଥିବା ଅଭିଯୋଗ କରନ୍ତି । ପଞ୍ଚାୟତକୁ ଗଲେ ବ୍ଲକକୁ ଯିବାପାଇଁ ଓ ବ୍ଲକକୁ ଗଲେ ପଞ୍ଚାୟତର ଯୋଗାଣ ସହାୟକଙ୍କୁ ଭେଟିବା ପାଇଁ କେବଳ ତାଙ୍କୁ ପରାମର୍ଶ ହିଁ ମିଳିଥାଏ । ଗତ ବର୍ଷେ ତଳେ ବୌଦ୍ଧ ବିଡିଓଙ୍କୁ ସାକ୍ଷାତ କରି ଅଭିଯୋଗ କରିଥିଲେ । ତଦନ୍ତ କରୁକରୁ ଜଣାପଡିଲା କୁଆଡେ ମାନସ ପ୍ରଧାନଙ୍କ ନାମରେ ସାନଗୋଚ୍ଛାପଡା ଗ୍ରାମରେ ଏକ ବିଶାଳ କୋଠାଘର ଅଛି । ତେଣୁ ତାଙ୍କର ଆବେଦନ ଖାରଜ ହୋଇଯାଇଛି । ସେ ଏକ ଭଙ୍ଗା ଦଦରା ଚାଳଘରେ ରହି ଶ୍ରମିକ କାମ କରୁଛନ୍ତି କିନ୍ତୁ ତାଙ୍କ ନାମରେ ବ୍ଲକ ରେକର୍ଡରେ ପକ୍କାଘର ବାହାରିବା ସରକାରୀ ଯୋଜନାର ସଫଳ ରୂପାୟନ ପ୍ରତି ଉପହାସ ଛଡା କ’ଣ ହୋଇପାରେ । ତଦନ୍ତ କରି ସେ ଦିଗରେ ପଦକ୍ଷେପ ନେବେ ବୋଲି ବିଡିଓଙ୍କ ପ୍ରତିଶ୍ରୁତି ମଧ୍ୟ ଆଜିଯାଏଁ ପୂରଣ ହୋଇପାରିଲା ନାହିଁ । ଖାଉଟି କାର୍ଡର ହିତାଧିକାରୀ ହେବାରୁ ଏବେ ମଧ୍ୟ ବଞ୍ଚିତ ହୋଇ ରହିଛନ୍ତି ଗରୀବ ଶ୍ରମଜୀବି ପରିବାର ।
ଏ ଦିଗରେ ଗ୍ରାମପଞ୍ଚାୟତ ଓ ବ୍ଲକ କର୍ତ୍ତୃପକ୍ଷ ଦୃଷ୍ଟିଦେବାର ଆବଶ୍ୟକ ଥିଲେ ମଧ୍ୟ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟ ପ୍ରତି ସେମାନେ ସଚେତନ ହେଉନଥିବାରୁ ଲୋକେ ଅନେକ ମଙ୍ଗଳକାରୀ ସରକାରୀ ଯୋଜନାରୁ ବଞ୍ଚିତ ହେଉଥିବା ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।

hiranchal ad1
Leave A Reply

Your email address will not be published.

nine − 6 =