ରାଜ୍ୟରେ ପୁଣି ୬୭ ନୂଆ ପଜିଟିଭ ଚିହ୍ନଟ, କରୋନା ମାନଚିତ୍ରରେ ସାମିଲ ହେଲା ନୂଆପଡା ଜିଲ୍ଲା

0 129

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କରୋନା ଉଗ୍ରରୂପ ଧାରଣ କଲାଣି । ରାଜ୍ୟ କରୋନା ଗ୍ରାଫ୍ ଦିନକୁ ଦିନ ବଢିବଢି ଚାଲିଛି । ଆଜି ପୁଣି ରାଜ୍ୟରେ ୬୭ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ୬୭ଜଣଙ୍କ ମଧ୍ୟରୁ ନୂଆପଡା ଜିଲ୍ଲାରୁ ଜଣେ ଆକ୍ରାନ୍ତ ଥିବା ଜଣାପଡିଛି । ଏଥିସହ ରାଜ୍ୟ କରୋନା ମାନଚିତ୍ରରେ ପ୍ରଥମ ଥର ପାଇଁ ନୂଆପଡା ଜିଲ୍ଲା ଯୋଡି ହୋଇଛି । ଆଜି ଚିହ୍ନଟଙ୍କ ମଧ୍ୟରୁ ଗଞ୍ଜାମରୁ ୭, ପୁରୀରୁ ୧୬, ଖୋର୍ଦ୍ଧାରୁ ୩, କଟକରୁ ୨, ନୟାଗଡରୁ ୧୩, ସୁନ୍ଦରଗଡରୁ ୪, ଜଗତସିଂହପୁରରୁ ୧, ଅନୁଗୁଳରୁ ୬, କଳାହାଣ୍ଡିରୁ ୪, ବଲାଙ୍ଗୀରରୁ ୭, ମାଲକାନାଗିରିରୁ ୨, ଢେଙ୍କାନାଳରୁ ଓ ନୂଆପଡାରୁ ଜଣେ ଲେଖାଏଁ ରହିଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୩୩୬ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୮୩୨ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ୪୯୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହି ବିଶ୍ୱ ମହାମାରୀ ରୋଗରେ ରାଜ୍ୟରେ ୭ଜଣ ଲୋକଙ୍କ ଜୀବନ ଯାଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୬୦ଜଣ ବିଭିନ୍ନ କ୍ୱାରାଣ୍ଟାଇନ ସେଣ୍ଟରରେ ଥିବା ବେଳେ ୪ଜଣ ହୋମ କ୍ୱାରାଣ୍ଟାଇନରେ ଥିଲେ । ସେହିପରି ୩ଜଣ ସ୍ଥାନୀୟ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୱେବସାଇଟ୍ ମାଧ୍ୟମରେ ସୂଚନା ଦିଆଯାଇଛି ।

hiranchal ad1
Leave A Reply

Your email address will not be published.

14 − 11 =