ନଳକୂପ ଅଚଳ, ପାଣି ପାଇଁ ଲୋକେ କଲବଲ

0 458

ବୌଦ୍ଧ : କରୋନା ନାମରେ ଗ୍ରାମ ପଞ୍ଚା.ତ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ଅଚଳ ନଳକୂପ ଗୁଡିକୁ ମରାମତି କରିବାପାଇଁ ଭୁଲିଯାଇଛି । ଅନେକ ବ୍ଲକ ଓ ପଞ୍ଚାୟତମାନେ ଆବଶ୍ୟକ ଯନ୍ତ୍ରପାତି ମଧ୍ୟ କ୍ରୟ କରିନଥିବାରୁ ଅଚଳ ନଳକୂପ ମରାମତି କରିପାରୁନଥିବା ଚର୍ଚ୍ଚାର ବିଷୟ ହୋଇଛି ।
କଣ୍ଟାମାଳ ବ୍ଲକ ଲମ୍ବସରୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପିଣ୍ଡାପଦର ଗ୍ରାମର ସୁଦପଡାଠାରେ ୩୦ଟି ପରିବାରର ପ୍ରାୟ ୧୫୦ ଲୋକ ବସବାସ କରନ୍ତି । ରୋଷେଇ ଓ ପିଇବାପାଣି ପାଇଁ ପଡାରେ ଥିବା ଏକମାତ୍ର ନଳକୂପ ଉପରେ ସେମାନେ ନିର୍ଭର କରିଥାନ୍ତି । ପ୍ରାୟ ୧୫ଦିନ ହେବ ନଳକୂଅଟି ଅଚଳ ହୋଇପଡିଛି । ଅଭିଯୋଗ କଲେ ମଧ୍ୟ ତାର ମରାମତି ପାଇଁ ଗ୍ରାମପଞ୍ଚାୟତ କିମ୍ବା ବ୍ଲକ ପାନୀୟଜଳ ପରିମଳ ବିଭାଗ ସେଥିପ୍ରତି କୌଣସି ଦୃଷ୍ଟି ଦେଉନଥିବା ପଡାବାସୀ ଅଭିଯୋଗ କରନ୍ତି ।
ବୌଦ୍ଧଜିଲ୍ଲାରେ ଗତ ଦୁଇସପ୍ତାହ ହେଲା ତାପମାତ୍ରା ନିୟମିତ ୪୦ ଡିଗ୍ରୀ ଉପରେ ରହୁଥିବାବେଳେ ନଳକୂପ ଅଚଳ ଯୋଗୁଁ ସୁଦପଡାବାସୀ ପାଣିପାଇଁ କଲବଲ ହେଉଛନ୍ତି । ତୁରନ୍ତ ଅଚଳ ନଳକୂପ ମରାମତି କରାଯିବାକୁ ପଡାବାସୀ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

five × five =