ସ୍ୱର୍ଗଦ୍ୱାର ସେବା ସମିତି-ଓରମାସ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ, ଶ୍ରାଦ୍ଧ ଓ ପୂଜା ସାମଗ୍ରୀ ବିକ୍ରୟ କେନ୍ଦ୍ରର ଦାୟିତ୍ୱ ନେବ ଓରମାସ

0 128

ପୁରୀ: ସ୍ୱର୍ଗଦ୍ୱାର ପରିସର ମଧ୍ୟରେ ଥିବା ପୂଜା ଓ ଶ୍ରାଦ୍ଧ ସାମଗ୍ରୀ ବିକ୍ରୟ କେନ୍ଦ୍ର ପରିଚାଳନା ଦାୟିତ୍ୱ ନେବାକୁ ଯାଉଛି ଓରମାସ । ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏ ସଂକ୍ରାନ୍ତରେ ଏକ ବୁଝାମଣାପତ୍ର ଶନିବାର ଦିନ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ପୁରୀ ଠାରେ ସ୍ୱର୍ଗଦ୍ୱାର ସେବା ସମିତି ଓ ଓରମାସ୍‌ ମଧ୍ୟରେ ସ୍ୱାକ୍ଷରିତ ହୋଇଛି । ସ୍ୱର୍ଗଦ୍ୱାର ସେବା ସମିତି ପକ୍ଷରୁ ପୁରୀ ଉପଜିଲ୍ଲାପାଳ ତଥା ସ୍ୱର୍ଗଦ୍ୱାର ସେବା ସମିତିର ଆବାହକ ସମ୍ପାଦକ ଭବତାରଣ ସାହୁ ଓ ଓର୍ମାସ ପୁରୀ ତରଫରୁ ଉପମୁଖ୍ୟ କାର୍ଯୟନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ଦାସ ବୁଝାମଣାପତ୍ରରେ ସ୍ୱାକ୍ଷର କରିଛନ୍ତି । ଏହି ବୁଝାମଣାପତ୍ର ସ୍ୱାକ୍ଷର କାର୍ଯ୍ୟକ୍ରମରେ ଯୋଗ ଦେଇ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜ୍ୟୋତିଶଙ୍କର ମହାପାତ୍ର ସ୍ୱର୍ଗଦ୍ୱାର ସଂସ୍କାର କାର୍ଯ୍ୟରେ ଓରମାସ ଯୋଡି ହେଲେ ଏହାଦ୍ୱାରା ଅନେକ ସ୍ୱୟଂ ସହାୟକ ଗୋଷ୍ଠୀ ଉପକୃତ ହେବା ସହିତ ସ୍ୱର୍ଗଦ୍ୱାରକୁ ଶବ ସଂସ୍କାର ନିମନ୍ତେ ଆସୁଥିବା ମୃତକଙ୍କ ପରିଜନମାନେ ସୁଲଭ ମୂଲ୍ୟରେ ଉତ୍ତମମାନର ଗୁଣାତ୍ମକ ଆବଶ୍ୟକୀୟ ସାମଗ୍ରୀ ପାଇପାରିବେ ବୋଲି କହିଥିଲେ ଏବଂ ଏହି ସାମଗ୍ରୀଯୋଗାଣ ପାଇଁ ବିଧିବଦ୍ଧ ଭାବରେ ସ୍ୱୟଂସହାୟକ ଉତ୍ପାଦକ ଗୋଷ୍ଠିର ଚୟନ ପ୍ରକ୍ରିୟା ଇତିମଧ୍ୟରେ ଶେଷ ହୋଇଛି ବୋଲି ଜଣାଇଥିଲେ । ଏହି କାର୍ଯ୍ୟକ୍ରମକୁ ଓଡିଶା ସରକାରଙ୍କର ପଞ୍ଚାୟତିରାଜ ଏବଂ ପାନୀୟ ଜଳବିଭାଗ ତରଫରୁ ସବୁଜ ସଂକେତ ମିଲିବା ସହିତ ସହାୟ ନାମକ ସ୍ୱତନ୍ତ୍ର ଯୋଜନା ମାଧ୍ୟମରେ ସ୍ୱର୍ଗଦ୍ୱାର ଠାରେ ଆରମ୍ଭ ହେବାକୁ ଥିବା ପୂଜା ଓ ଶ୍ରାଦ୍ଧ ସାମଗ୍ରୀ ବିକ୍ରୟ କେନ୍ଦ୍ରର ସୁପରିଚାଳନା ପାଇଁ ସ୍ୱୟଂ ସହାୟକ ଉତ୍ପାଦକ ଗୋଷ୍ଠିକୁ ଆର୍ଥିକ ଋଣ ଯୋଗାଇ ଦିଆଯାଇଛି । ଏହି ବ୍ୟବସ୍ଥା ସ୍ୱର୍ଗଦ୍ୱାରରେ ବାଧା ରହିତ ସେବା ସହିତ ସ୍ୱର୍ଗଦ୍ୱାର ଏକକ ଗବାକ୍ଷକୁ ଆହୁରି ମଜବୁତ କରିବ ବୋଲି ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ କହିଛନ୍ତି । ଏହି ଅବସରରେ ସ୍ୱର୍ଗଦ୍ୱାର ସେବାସମୀତିର କାର୍ଯ୍ୟକାରୀ ସଦସ୍ୟ ସିଦ୍ଧାର୍ଥ ରାୟ ଯୋଗଦେଇ ସ୍ୱର୍ଗଦ୍ୱାର ସଂସ୍କାର କାର୍ଯ୍ୟରେ ଆଉ ଏକ ଫର୍ଦ୍ଦ ଯୋଡି ହେଲା ବୋଲି କହିଥିଲେ । ଏହି ଅବସରରେ ସ୍ୱର୍ଗଦ୍ୱାର ସେବା କେନ୍ଦ୍ରର ସମସ୍ତ ସେବକ ଏବଂ ଓରମାସର ସମସ୍ତ କର୍ମଚାରୀକୁ ନେଇ ସହାୟ ଯୋଜନାର ସୁପରିଚାଳନା ପାଇଁ ଏକ ମିଳିତ କର୍ମଶାଳାର ଆୟୋଜନ କରାଯାଇଥିଲା । ମିଳିଥିବା ସୂଚନା ମୁତାବକ ଅଗଷ୍ଟ ୧୫ ତାରିଖ ଠାରୁ ଓରମାସ ଏହି ପୂଜା ଓ ଶ୍ରାଦ୍ଧ ସାମଗ୍ରୀ ବିକ୍ରୟ କେନ୍ଦ୍ର କାର୍ଯ୍ୟକ୍ଷମ ହେବ ।

hiranchal ad1
Leave A Reply

Your email address will not be published.

thirteen − three =