ପୁଣି ପ୍ରବାସୀ ଓଡ଼ିଆଙ୍କ ବସ୍ ଦୁର୍ଘଟଣା ଗ୍ରସ୍ତ : ତିନି ଗୁରୁତର,୧୦ଆହତ

0 216

ବାଲିଗୁଡ଼ା: ପ୍ରବାସୀ ଓଡ଼ିଆଙ୍କ ବସ୍ ଦୁର୍ଘଟଣା ପିଛା ଛାଡୁନି । ଗତକାଲି ବିଳମ୍ବିତ ରାତିରେ କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ମୁଣ୍ଡିଗଡ଼ ନିକଟ କିନାରିପଡ଼ାରେ ପ୍ରବାସୀଙ୍କୁ ନେଇ ଆସୁଥିବା ଏକ ବସ୍ ପୁଣି ଦୁର୍ଘଟଣା ଘଟିଛି । ସୂଚନା ପ୍ରକାରେ ୪୯ ଜଣ ପ୍ରବାସୀ ଗୋଆରୁ ଟ୍ରେନ୍ ରେ ଆସି ଭବାନୀପାଟଣା ରେ ପହଁଚିଥିଲେ ।

hiring

ଭବାନୀପାଟଣା ରୁ ଏକ ବସ୍ ଯୋଗେ ଗଞାମ ଆସୁଥିବାବେଳେ ତୁମୁଡ଼ିବନ୍ଧ ଥାନା କିନାରୀପଡ଼ାରେ ବିପରୀତ ଦିଗରୁ ଆସୁଥିବା ଏକ ମାଲବାହୀ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ତିନିଜଣ ଗୁରୁତର ଆହତ ସୋଇଥିବାବେଳେ ଅନ୍ୟ ଜଶଜଣ ଆହତ ହୋଇଥିଲେ । ଖବରପାଇ ତୁମୁଡ଼ିବନ୍ଧ ପୋଲିସ୍ ଘଟଣାସ୍ଥଳରେ ପହଁଚି ପ୍ରବାସୀଙ୍କୁ ଉଦ୍ଧାର କରିବାସହ ତୁମୁଡ଼ିବନ୍ଧ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ପ୍ରାଥମିକ ଚିକିତ୍ସାପରେ ଗୁରୁତର ତିନିଜଣଙ୍କୁ ଫୁଲବାଣୀ ଏବଂ ପରେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ତୁମୁଡ଼ିବନ୍ଧ ପୋଲିସ୍ ପକ୍ଷରୁ ସମସ୍ତ ପ୍ରବାସୀଙ୍କୁ ଚିକିତ୍ସା କରାଇବା ପରେ ପ୍ରଥମେ ଏକ କ୍ବାରେଣ୍ଟାଇନ୍ ସେଣ୍ଟର୍ ରେ ରଖାଯାଇଥିଲା । ପରେ ସେମାନଙ୍କ ଖାଇବା ପିଇବାର ବ୍ୟବସ୍ଥା କରାଯାଇଥିଲା । ଅପରାହ୍ନରେ ଅନ୍ୟ ଏକ ବସ୍ ଯୋଗେ ୪୬ଜଣ ପ୍ରବାସୀଙ୍କୁ ଗଞ୍ଜାମ ପଠାଯାଇଛି । ବସ୍ ରେ ଖାଇବାପାଇଁ ପ୍ରବାସୀଙ୍କୁ

ବିସ୍କୁଟ ଓ ପାଣି ଯୋଗାଇ ଦିଆଯାଇଛି ପୋଲିସ୍ ପକ୍ଷରୁ । ବାଲିଗୁଡ଼ା ଏସଡିପିଓ ମାନସ ରଞ୍ଜନ ବାରିକ୍ ପ୍ରତ୍ୟକ୍ଷ ତତ୍ବାବଧାନରେ ସମସ୍ତ ବ୍ୟବସ୍ଥା କରାଯାଇଛି ଏବଂ ପୋଲିସ ସୁରକ୍ଷା ସହ ପ୍ରବାସୀଙ୍କୁ ଗଞ୍ଜାମ ଜିଲ୍ଲା ସିମାନ୍ତ ପର୍ଯ୍ୟନ୍ତ ପଠାଯାଇଥିବା ସୂଚନା ଦେଇଛନ୍ତି ବାଲିଗୁଡ଼ା ଏସଡିପିଓ ମାନସ ରଞ୍ଜନ ବାରିକ୍ । ସେପଟେ ତୁମୁଡ଼ିବନ୍ଧ ଥାନା ଆଇଆଇସି ବାବାଙ୍କର ସରାଫ୍ ଓ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହି ସବୁ କାର୍ଯ୍ୟରେ ସହଯୋଗ କରିବାସହ ପ୍ରବାସୀ ଓଡ଼ିଆଙ୍କ ଖାଇବା, ରହିବା ଓ ଗଞ୍ଜାମ ପଠାଇବାରେ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

six − 1 =