ସ୍ୱଚ୍ଛସାଥୀ ଓ ସଫେଇ କର୍ମଚାରୀ ସମ୍ମାନିତ

0 108

ସମ୍ବଲପୁର: କୋଭିଡ-୧୯ ପାଇଁ ଉପୁଜିଥିବା ସାଂପ୍ରତିକ ପରିସ୍ଥିତି ପାଇଁ ସମଗ୍ର ଦେଶ ଲକଡାଉନରେ ରହିଛି । ଘରେ ରହିବା, ସାମାଜିକ ଦୂରତା ନିର୍ବାହ କରିବା ଓ ସ୍ୱଚ୍ଛତା ହିଁ ଏହି କରୋନା ଭୂତାଣୁ ସଂକ୍ରମଣକୁ ରୋକିବାର ଏକମାତ୍ର ଉପାୟ । କିନ୍ତୁ ଏଭଳି ସମୟରେ ମଧ୍ୟ ନିଜ ଜୀବନକୁ ବାଜିଲଗାଇ ସମାଜ ପାଇଁ କାମ କରୁଛନ୍ତି ଡାକ୍ତର, ନର୍ସ, ସ୍ୱାସ୍ଥ୍ୟ କର୍ମଚାରୀ, ପୋଲିସ, ସଫେଇ କର୍ମଚାରୀଙ୍କ ଭଳି ଲକ୍ଷଲକ୍ଷ କୋଭିଡ ଯୋଦ୍ଧା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଆହ୍ୱାନକ୍ରମେ ଭାରତୀୟ ସେନାର ତିନୋଟିଯାକ ବିଭାଗଠୁ ଆରମ୍ଭକରି ଭାଜପା ଓ ଅନ୍ୟ ସାମାଜିକ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନେ ମଧ୍ୟ ଏଭଳି କୋଭିଡ ଯୋଦ୍ଧାଙ୍କୁ ସମ୍ମାନୀତ କରୁଛନ୍ତି । ଏହି ମର୍ମରେ ଆଜି ସ୍ଥାନୀୟ ଭାଜପା ସାକ୍ଷୀଗୋପୀନାଥ ମଣ୍ଡଳ ପକ୍ଷରୁ ସନ୍ତୋଷୀ ମାଁ ମନ୍ଦିର ଛକଠାରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାକ୍ଷୀପଡା, ମହାନ୍ତିପଡା ଅଞ୍ଚଳରେ କାର୍ଯ୍ୟରତ ସମ୍ବଲପୁର ମହାନଗର ନିଗମର ସଫେଇ କର୍ମଚାରୀମାନଙ୍କୁ ଭାଜପା ପକ୍ଷରୁ ସମ୍ମାନିତ କରାଯାଇଛି । ୩୦ ନମ୍ବର ୱାର୍ଡରେ କାର୍ଯ୍ୟରତ ୨ଜଣ ସ୍ୱଚ୍ଛସାଥୀ ଶ୍ରୀମତୀ ସାନି ମୁଣ୍ଡ, ଶ୍ରୀମତୀ ପରିମିତା ବାଗ ଓ ସୁପରଭାଇଜର କମଲ ବନଛୋରଙ୍କ ସହିତ ଉପସ୍ଥିତ ସମସ୍ତ ସଫେଇ କର୍ମଚାରୀଙ୍କୁ ଆଜିର କାର୍ଯ୍ୟକ୍ରମରେ ସମ୍ମାନିତ କରାଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ମଣ୍ଡଳ ସଭାପତି ସରୋଜ ଘଡେଇଙ୍କ ନେତୃତ୍ୱରେ ଜିଲ୍ଲା ସଭାପତି ଗିରିଶ ପଟେଲ, କ୍ଷେତ୍ରୀୟ ପ୍ରବକ୍ତା ତଥା ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି, ମହିଳାମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ଆରତୀଲତା ବରାଡ, ପୂର୍ବତନ କାଉନସିଲର ସରୋଜିନୀ ବନଛୋର, ବରିଷ୍ଠ ବିଜେପିନେତ୍ରୀ ସୁଶ୍ରୀ ହରିପ୍ରିୟା ସିଂ, ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ଦଶରଥ ମେହେର, ସୁଶୀଲ ଶର୍ମା, ମମତା ହେମ୍ବ୍ରମ, ସୌମିତ୍ରୀ ଜତି, ନିର୍ମଳ ମୁଣ୍ଡା, କମଲଜିତ ସିଂ, ମଞ୍ଜୁ ସିଂ, ପ୍ରକାଶ ବାରିକ ଓ ସବିତା ସାହୁ ପ୍ରମୁଖ ଯୋଗଦେଇଥିଲେ ।

hiranchal ad1
Leave A Reply

Your email address will not be published.

20 + five =