ଟ୍ୱିଟର ମନ୍ତବ୍ୟ ନେଇ ଚିଡିଗଲେ ସାକ୍ଷୀ

0 82

ନୂଆଦିଲ୍ଲୀ : ବୁଧବାର ସୋଶିଆଲ୍ ମିଡ଼ିଆରେ ମହେନ୍ଦ୍ର ସିଂ ଧୋନିଙ୍କ ସଂପର୍କରେ ପ୍ରଚାରିତ ମନ୍ତବ୍ୟକୁ ନେଇ ଧୋନିଙ୍କ ପତ୍ନୀ ସାକ୍ଷୀ ଭୀଷଣ ଭାବରେ କ୍ଷୁବ୍ଧ ହୋଇଛନ୍ତି । ସେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ବାରମ୍ବାର ଧୋନିଙ୍କ ସଂପର୍କରେ ଏଭଳି ଚର୍ଚ୍ଚା କାହିଁକି ହେଉଛି? ବୋଧହୁଏ ଲକ୍‌ଡାଉନ୍ ଲୋକମାନଙ୍କୁ ଅସ୍ଥିର କରିଦେଇଛି । ଯାହାସବୁ ଚର୍ଚ୍ଚା ହେଉଛି, ତାହା ଗୁଜବ ଛଡ଼ା ଅନ୍ୟ କିଛି ନୁହେଁ ବୋଲି ସେ କହିଛନ୍ତି । ଧୋନିଙ୍କ ଅବସର ନେଇ ବୁଧବାର ଟ୍ୱିଟରରେ ପ୍ରବଳ ଚର୍ଚ୍ଚା ହୋଇଥିଲା । ମନ୍ତବ୍ୟଗୁଡ଼ିକୁ ଦେଖିବା ପରେ ସାକ୍ଷୀ ଲୋକଙ୍କ ସନ୍ଦେହ ଓ ବିଭ୍ରାନ୍ତି ଦୂର କରିବା ପାଇଁ ଏଭଳି ବୟାନ ଦେବାକୁ ବାଧ୍ୟ ହୋଇଛନ୍ତି ବୋଲି କୁହାଯାଉଛି । ଆଇପିଏଲ୍‌ର ୧୩ତମ ସଂସ୍କରଣରେ ଧୋନି ପ୍ରତ୍ୟାବର୍ତ୍ତନ କରିବା ନେଇ ପ୍ରବଳ ଚର୍ଚ୍ଚା ହୋଇଥିଲା । ତେବେ କରୋନା ଯୋଗୁଁ ଆଇପିଏଲ୍ ବର୍ତ୍ତମାନ ବନ୍ଦ ରହିଛି । ଗତବର୍ଷ ବିଶ୍ୱକପ୍‌ରେ ଭାରତର ବିଦାୟ ପରେ ସେବେଠାରୁ ଧୋନିଙ୍କ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଆସିଛି । ଦ୍ୱିତୀୟ ବିଶ୍ୱକପ୍ ବିଜୟରେ ଧୋନିଙ୍କର ଉଲ୍ଲେଖନୀୟ ଭୂମିକା ରହିଥିଲା । ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟୁର୍ଣ୍ଣାମେଣ୍ଟରେ ସେମିଫାଇନାଲରେ ଭାରତର ଅଭିଯାନ ଶେଷ ହୋଇଥିଲା । ତେବେ ସେବେଠାରୁ ଧୋନିଙ୍କୁ କୌଣସି ଅନ୍ତର୍ଜାତୀୟ କିମ୍ବା ଘରୋଇ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିନାହି କିମ୍ବା ୨୦୧୯-୨୦ବର୍ଷ ପାଇଁ ବିସିସିଆଇର ବାର୍ଷିକଖେଳାଳି ଚୁକ୍ତି ତାଲିକାରୁ ଧୋନିଙ୍କୁ ବାଦ୍ ଦିଆଯାଇଛି । ଏହା ଉପରେ ଧୋନି ଅବଶ୍ୟ କୌଣସି ମନ୍ତବ୍ୟ ଦେଇନାହାନ୍ତି । ତେବେ ବୁଧବାର ତାଙ୍କ ଅବସର ନେଇ ସୋଶିଆଲ୍ ମିଡ଼ିଆ େଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଯାଇଥିବାରୁ ସାକ୍ଷୀ ଭୀଷଣ ବିରକ୍ତି ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

five + 2 =