ପହିଲା ସୁଦ୍ଧା କେରଳ ଛୁଇଁବ ମୌସୁମୀ

0 110

ନୂଆଦିଲ୍ଲୀ : ଆସନ୍ତା ଜୁନ୍ ୧ ତାରିଖ ସୁଦ୍ଧା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବ । ଭାରତୀୟ ପାଣିପାଗ ବିଭାଗ ଆଜି ଏହି ସୂଚନା ଦେଇଛି । ବିଭାଗ କହିଛି ଯେ, ମଇ ୩୧ ତାରିଖ ଆଡ଼କୁ ଦକ୍ଷିଣପୂର୍ବ ଓ ଏହାର ଆଖପାଖ ପୂର୍ବ ଆରବ ସାଗର ଉପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏବେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ସ୍ଥିତିରେ ରହିଛି । ଏହା ଆଗକୁ ଅଗ୍ରସର ହୋଇ ମାଳଦ୍ୱୀପ କୋମରିନ୍ ଅଞ୍ଚଳରେ ପହଞ୍ଚିବ । ଏହାଛଡ଼ା ଦକ୍ଷିଣ ବଙ୍ଗୋପସାରର ଆଉ କେତେକ ଅଞ୍ଚଳ ଆଣ୍ଡାମାନ୍ ସମୁଦ୍ରର କିଛି ଅଞ୍ଚଳ ଏବଂ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ପହଞ୍ଚିବ । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ-ପଶ୍ଚିମ ବାୟୁ ଆହୁରି ଅଧିକ ସକ୍ରିୟ ଓ ଗତିଶୀଳ ହେବ । ପୂର୍ବରୁ କିନ୍ତୁ ପାଣିପାଗ ବିଭାଗ କହିଥିଲା ଯେ, ଜୁନ୍ ୬ ତାରିଖ ବେଳକୁ ମୌସୁମୀ କେରଳରେ ପହଞ୍ଚିବ । ସେହିପରି, ଏହା ପୂର୍ବରୁ ମୌସୁମୀ ୧୦ ଦିନ ବିଳମ୍ବରେ ପହଞ୍ଚିବ ବୋଲି କୁହାଯାଇଥିଲା । ତେବେ ବାୟୁର ଗତିରେ ଘଡ଼ିକି ଘଡ଼ି ପରିବର୍ତ୍ତନ ହେଉଥିବାରୁ ପହଞ୍ଚିବା ସମୟ ମଧ୍ୟ ବଦଳୁଛି । ତେବେ ଜୁନ୍ ୧ ତାରିଖରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ସ୍ପର୍ଶ କରିବ ବୋଲି ବର୍ତ୍ତମାନର ସ୍ଥିତିକୁ ଅନୁଧ୍ୟାନ କରି କୁହାଯାଉଛି ବୋଲି ବିଭାଗ କହିଛି ।

hiranchal ad1
Leave A Reply

Your email address will not be published.

two × 4 =