ସମ୍ବଲପୁରରେ ଆଜି ଆଉ ଜଣେ କରୋନା ରୋଗୀ ଚିହ୍ନଟ

0 161

ସମ୍ବଲପୁର:ଆଜି ଏକ ନୂଆ କରୋନା ପଜିଟିଭ ଚିହ୍ନଟ ହେବା ସହିତ ସମ୍ବଲପୁର ଜିଲ୍ଲାର ସଂଖ୍ୟା ୮ରେ ପହଞ୍ଚିଲା । ଇତିମଧ୍ୟରେ ଜଣେ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବାରୁ ଜିଲ୍ଲାରେ ସକ୍ରିୟ ପଜିଟିଭଙ୍କ ସଂଖ୍ୟା ୭ ରହିଛି । ଜିଲ୍ଲା ପ୍ରଶାସନ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ଆଜି ଜଣେ ୨୦ ବର୍ଷୀୟ ଯୁବକକୁ ନୂଆ ରୁପେ କରୋନା ପଜିଟିଭ ଚିହ୍ନଟ କରାଯାଇଛି । ସେ ଗତ ମେ ୧୯ ତାରିଖରେ ମୁମ୍ବାଇରୁ ଏଠାକୁ ଆସିଲା ପରେ ତାକୁ ସ୍ଥାନୀୟ ଯୁଯୁମୁରା ବ୍ଲକ ଅନ୍ତର୍ଗତ କବରାପାଲି ଟିଏମସିରେ ଅନୁଧ୍ୟାନ ପାଇଁ ରଖାଯାଇଥିଲା । ଏହି ରୋଗୀଙ୍କ ଦେହରେ କରୋନାର କୌଣସି ଲକ୍ଷଣ ନଥିଲା । ତଥାପି ତାଙ୍କ ନମୁନା ପଜିଟିଭ ବାହାରିଛି । ଉପଯୁକ୍ତ ଚିକିତ୍ସା ପାଇଁ ରୋଗୀଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଓ ଇତିମଧ୍ୟରେ ସେ କାହାକାହା ସଂସ୍ପର୍ଶରେ ଆସିଥିଲେ ତାହାର ବିସ୍ତୃତ ସୂଚୀ ପ୍ରସ୍ତୁତ କରାଯାଉଛି ।

hiranchal ad1
Leave A Reply

Your email address will not be published.

19 − 12 =