ବିଶ୍ୱକପ୍ ୨୦୧୧ କଥା ମନେ ପକାଇଲେ ସାଙ୍ଗାକାରା

0 97

କଲମ୍ବୋ, : ଏବେ ଲକ୍‌ଡାଉନ୍ ସମୟରେ ଶ୍ରୀଲଙ୍କାର ପୂର୍ବତନ ସ୍କିପର କୁମାର ସାଙ୍ଗାକାରା ପୁରୁଣା କଥା ମନେ ପକାଉଛନ୍ତି । ଯେକୌଣସି ସୋଶିଆଲ୍ ମିଡ଼ିଆ କିମ୍ବା ୱେବ୍ ସାକ୍ଷାତକାର ଅବସରରେ ସେ ବିଗତ ଦିନର କେତେକ କୌତୁହଳପ୍ରଦ ଓ ରୋମାଞ୍ଚକର ଘଟଣା ସମ୍ପର୍କରେ ଏଭଳି ତଥ୍ୟ ରଖୁଛନ୍ତି, ଯାହା ବେଶ୍ ଚର୍ଚ୍ଚାର ବିଷୟ ହୋଇଛି । ନିକଟରେ ଇନଷ୍ଟାଗ୍ରାମ ସିରିଜ୍ ରେମିନିଜ୍ ୱିଥ୍ ଆସ୍ ଶୀର୍ଷକ ଏପିସୋଡରେ ଭାଗ ନେଇ ସେ କେତେକ ଚମକପ୍ରଦ ଓ ଆମୋଦଦାୟକ ତଥ୍ୟ ପ୍ରକାଶ କରିଛନ୍ତି । ଭାରତୀୟ ଅପ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ଦ୍ୱାରା ଏହି ସିରିଜ୍ ଆୟୋଜିତ ହୋଇଥିଲା । ସାଙ୍ଗାକାରା ଆଲୋଚନା ବେଳେ କହିଥିଲେ ଯେ, ୨୦୧୧ ବିଶ୍ୱକପ୍‌ରେ ଏଭଳି କିଛି ଘଟଣା ଘଟିଥିଲା, ଯାହା ଏବେ ମନେ ପକାଇଲେ ଖୁସି ଲାଗୁଛି । ଫାଇନାଲ୍ ମ୍ୟାଚ୍ ବେଳେ ଟସ୍‌କୁ ନେଇ ପ୍ରବଳ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା । ୱାଙ୍ଖେଡେ ଷ୍ଟାଡ଼ିୟମରେ ଏହି ନିର୍ଣ୍ଣାୟକ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଯେତେବେଳେ ଟସ୍ ପଡ଼ିଲା କିଏ କ’ଣ ଡାକିଥିଲା ତାହାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା । ମହେନ୍ଦ୍ର ସିଂ ଧୋନିଙ୍କୁ ସାଙ୍ଗାକାରା ପଚାରିଥିଲେ, ଆପଣ କ’ଣ ଡାକିଥିଲେ । ତା\’ପରେ ଧୋନି ସାଙ୍ଗାକାରାଙ୍କୁ ପଚାରିଲେ ଯେ, ଆପଣ ଟେଲ୍ ଡାକିଥିଲେ କି ? ଉତ୍ତରରେ ସାଙ୍ଗାକାରା କହିଥିଲେ, ନା ମୁଁ ହେଡ୍ ଡାକିଥିଲି । ଏଭଳି ଦ୍ୱନ୍ଦ୍ୱ ଯୋଗୁଁ ରେଫରୀଙ୍କୁ ପଚରା ଯାଇଥିଲା । ରେଫରୀ କହିଥିଲେ ସାଙ୍ଗାକରା ଟସ୍ ଜିତିଛନ୍ତି । ଏହାପରେ ଧୋନି କହିଥିଲେ, ମୋର ସନ୍ଦେହ ହେଉଛି । ପୁନର୍ବାର ଟସ୍ ପକାଇବା ଲାଗି ଧୋନି ପ୍ରସ୍ତାବ ରଖିଥିଲେ । ତେଣୁ ପୁଣି ଟସ୍ ପଡ଼ିଥିଲା ଏବଂ ତାହା ଶ୍ରୀଲଙ୍କା ସପକ୍ଷରେ ଯାଇଥିଲା । ସାଙ୍ଗାକାରା କହିଥିଲେ ଯେ, ଟସ୍ ଜିତିବା ପ୍ରକୃତରେ ଭାଗ୍ୟର ଖେଳ ଥିଲା କି ମୋର କୌଶଳ ବଳରେ ମୁଁ ଜିତିଲି ତାହା ଏବେବି ଜାଣିପାରୁ ନାହିଁ । କିନ୍ତୁ ମୋର ବିଶ୍ୱାସ ଯେ, ଯଦି ଆମେ ଟସ୍ ହାରିଥାନ୍ତୁ, ତା’ହେଲେ ଭାରତ ନିଶ୍ଚୟ ବ୍ୟାଟିଂ ନିଷ୍ପତ୍ତି ନେଇଥାନ୍ତା । ଟସ୍‌କୁ ନେଇ ଯେଭଳି ସ୍ଥିତି ସୃଷ୍ଟି ହୋଇଥିଲା, ତାହା ବାସ୍ତବିକ ବେଶ୍ ଆମେଦଦାୟକ ଥିଲା ବୋଲି ସେ କହିଛନ୍ତି ।

hiranchal ad1
Leave A Reply

Your email address will not be published.

20 − nine =