ଲକ୍‌ଡାଉନ୍ ୫.୦ ଉପରେ ଆସନ୍ତାକାଲି ନିଷ୍ପତ୍ତି!

0 84

ନୂଆଦିଲ୍ଲୀ : ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନର ଅବଧି ଆସନ୍ତା ୩୧ ତାରିଖରେ ଶେଷ ହେବାକୁ ଯାଉଥିବାରୁ ପରବର୍ତ୍ତୀ ପଦକ୍ଷେପ ନେଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଏହି ବୈଠକ ବସିଥିଲା । ଆସନ୍ତାକାଲି ପଞ୍ଚମ ପର୍ଯ୍ୟାୟ ଲକ୍‌ଡାଉନ୍ ସମ୍ପର୍କିତ ଘୋଷଣା ହୋଇପାରେ ବୋଲି ଅନୁମାନ କରାଯାଉଛି ।ଗତକାଲି ଅମିତ୍ ଶାହ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଲକ୍‌ଡାଉନ୍ ପ୍ରସଙ୍ଗରେ ଆଲୋଚନା କରି ସେମାନଙ୍କ ମତାମତ ସଂଗ୍ରହ କରିଥିଲେ । ଅଧିକାଂଶ ରାଜ୍ୟ ଲକ୍‌ଡାଉନ୍ ଅବଧିକୁ ବଢ଼ାଇବା ସପକ୍ଷରେ ମତ ଦେଇଥିବା ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀମାନେ ଦେଇଥିବା ମତାମତ ଓ ପ୍ରସ୍ତାବ ସଂପର୍କରେ ଅମିତ୍ ଶାହ ପ୍ରଧାନମନ୍ତ୍ରୀଙ୍କୁ ଆଲୋଚନା ବେଳେ ଜଣାଇଛନ୍ତି । ୩୧ ତାରିଖ ପରେ କରୋନାର ମୁକାବିଲା ପାଇଁ କି ପ୍ରକାର ରଣନୀତି ଲାଗୁ କରାଯାଇ ପାରିବ ସେ ନେଇ ଉଭୟ ବିଚାରବିମର୍ଷ କରିଥିଲେ । ଲକ୍‌ଡାଉନ୍ ଅବଧିକୁ ବଢ଼ାଯିବ କି ଏହାକୁ ସଂପୂର୍ଣ୍ଣ ଭାବେ ପ୍ରତ୍ୟାହାର କରାଇ ଦିଆଯିବ ସେ ନେଇ ମତ ବିନିମୟ ହୋଇଥିବା ଜଣାପଡ଼ିଛି । ତେବେ ବୈଠକରେ କ\’ଣ ଆଲୋଚନା ହୋଇଛି ଏବଂ କ\’ଣ ନିଷ୍ପତ୍ତି ନିଆଯାଇଛି, ସେ ସମ୍ପର୍କରେ ଅମିତ୍ ଶାହ ଗଣମାଧ୍ୟମକୁ କୌଣସି ସୂଚନା ଦେଇନାହାନ୍ତି । ଲକ୍‌ଡାଉନ୍‌କୁ ୩୧ ତାରିଖ ପରେ ପ୍ରତ୍ୟାହାର କରିନିଆଯିବ ବୋଲି କେତେକ ଗଣମାଧ୍ୟମରେ କଳ୍ପନାଜଳ୍ପନା ହୋଇଛି । ଆଉ କେତେକ ଚ୍ୟାନେଲ୍‌ରେ ଲକ୍‌ଡାଉନ୍‌କୁ ଆଉ ୧୫ଦିନ ବଢ଼ାଯିବା ନେଇ ରିପୋର୍ଟ ପ୍ରକାଶ ପାଇଛି । ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍ ଚଳିତ ମାସ ୧୭ ତାରିଖରେ ଘୋଷଣା କରାଯାଇଥିଲା । ଏହା ପୂର୍ବରୁ ମଇ ୩ ତାରିଖରେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍ ଅବଧି ୋଷ ହୋଇଥିଲା । ମାର୍ଚ୍ଚ ୨୪ ମଧ୍ୟରାତ୍ରିରୁ ପ୍ରଥମ ଲକ୍‌ଡାଉନ୍ ଲାଗୁ ହୋଇଥିଲା । ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନରେ କଟକଣାକୁ ବହୁମାତ୍ରାରେ କୋହଳ କରିଦିଆଯାଇଛି । ପଞ୍ଚମ ପର୍ଯ୍ୟାୟ ଲକ୍‌ଡାଉନ୍ ଘୋଷଣା ହେଲେ ମଧ୍ୟ ଅନେକ କ୍ଷେତ୍ରରେ କଟକଣାକୁ ଯଥେଷ୍ଟ କୋହଳ କରିଦିଆଯାଇପାରେ ବୋଲି ଆଲୋଚନା ହେଉଛି ।

hiranchal ad1
Leave A Reply

Your email address will not be published.

14 − three =