ବୌଦ୍ଧ : ଶୁକ୍ରବାର ବିଳମ୍ବିତ ରାତ୍ରୀ ପ୍ରାୟ ୧୨ଘଣ୍ଟା ସମୟରେ ଜାତୀୟ ରାଜପଥ ନଂ ୫୭ର ସାହାଜପାଲ ଗ୍ରାମ ନିକଟରେ ଭାରସାମ୍ୟ ହରାଇ ଏକ ଟ୍ରକ ରାସ୍ତା ତଳକୁ ଖସିପଡିଥିବା ଜଣାପଡିଛି । ଟ୍ରକଟି ଅନୁଗୁଳର ତାର ପଞ୍ଜିକରଣ ନମ୍ବର ହେଉଛି ଓଆର୦୬ବି୬୨୯୦ । ପ୍ରାୟ ୬/୭ଜଣ ଶ୍ରମିକଙ୍କୁ ଗାଡିର କ୍ୟାବିନ ଭିତରେ ବସାଇ ଟ୍ରକଟି ଯାଉଥିବାବେଳେ ଡ୍ରାଇଭରଙ୍କ ବେପରୁଆ ଗାଡିଚାଳନା ଯୋଗୁଁ ଦୁର୍ଘଟଣା ଘଟିଥିବା ଆଲୋଚନା ହେଉଛି । ଡ୍ରାଇଭର ଓ ଶ୍ରମିକମାନେ ସମସ୍ତେ ମଦ୍ୟପାନ କରିଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ପ୍ରକାଶ । କରୋନା ସମୟରେ ଗାଡିର ଆଗ କ୍ୟାବିନ ମଧ୍ୟରେ ଏତେ ସଂଖ୍ୟକ ଲୋକ ଯାଉଥିବାବେଳେ ସମସ୍ତେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିବା ଆଲୋଚନା ହେଉଛି । ସକାଳୁ ବାଉଁଶୁଣୀ ପୋଲିସ ଘଟଣାସ୍ଥଳରେ ପହଞ୍ଚିଟ୍ରକକୁ ରାସ୍ତା ଉପରକୁ ଅଣାଯାଇଥିବା ଦେଖିବାକୁ ମିଳିଥିଲା ।