ଏମିତି ହୋଇପାରେ ଲକଡାଉନ ୫.୦ : ଆସନ୍ତାକାଲି ମନ କି ବାତ୍ ରେ ଘୋଷଣା କରିପାରନ୍ତି ପିଏମ୍ ମୋଦି

0 198

ନୂଆଦିଲ୍ଲୀ : ଦେଶରେ କରୋନା ସଂକଟ ପାଇଁ ଚାଲିଥିବା ଲକଡାଉନ ରବିବାର ତଥା ୩୧ ମଇରେ ଶେଷ ହେବ । ଦେଶବାସୀଙ୍କ ମନରେ ଗୋଟିଏ ପ୍ରଶ୍ନ କେବେ ସରିବ ଲକଡାଉନ ଅବଧି । ୩୧ ମଇରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ କି ବାତ୍ ରେ ସମ୍ବୋଧନ କରିବେ । ଏହି ଅବସରରେ ଲକଡାଉନ ୫.୦ ସଂପର୍କରେ ମଧ୍ୟ ଘୋଷଣା କରିପାରନ୍ତି ବୋଲି ଶୁଣିବାକୁ ମିଳୁଛି । ଲକଡାଉନ ୫.୦ କେମିତି ହେବ ଓ କେନ୍ଦ୍ର ସରକାର କେତେ କୋହଳ କରିବେ ତାହାକୁ ନେଇ ମାନସମନ୍ଥନ ଚାଲିଛି ।
ଗୁରୁବାର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଲକଡାଉନ ସଂପର୍କରେ ଫୋନରେ କଥାବାର୍ତ୍ତା କରିଥିଲେ । ଶୁକ୍ରବାର ଦିନ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟି ଏ ସଂପର୍କରେ ମଧ୍ୟ ଆଲୋଚନା କରିଛନ୍ତି । ମିଳିଥିବା ସୂତ୍ର ଅନୁସାରେ ଲକଡାଉନ ଦେଶର କିଛି ସହରରେ ସୀମିତ ରହିପାରେ ଓ ବାକି ଅଂଚଳରେ ଲକଡାଉନ ପୁରାପୁରି ଭାବେ ଉଠାଇ ଦିଆଯାଇପାରେ । ମିଳିଥିବା ସୂଚନା ଅନୁସାରେ ଜୁନ ପହିଲାରୁ ଦେଶରେ ହୋଟେଲ, ମଲ୍ସ ଓ ରେଷ୍ଟୁରାଷ୍ଟ ଆଦିକୁ ଖୋଲିବାକୁ ଅନୁମତି ମିଳିପାରେ ।
ଏମିତି ହୋଇପାରେ ଗାଇଡଲାଇନ
କୁହାଯାଉଛି ଯେ, ଏଥିର ଲକଡାଉନ ଅବଧି ୧୫ ଦିନ ହେବ । ଯେଉଁଥିପାଇଁ ନୂଆ ଗାଇଡଲାଇନ ପ୍ରସ୍ତୁତ ହେବ । ନୂଆ ଗାଇଡଲାଇନରେ ଦେଶର ୧୩ ସହରରେ ଲକଡାଉନ ପୂର୍ବପରି ରହିବ । ଏଠାରେ କୌଣସି ପ୍ରକାର କୋହଳ କରାଯିବ ନାହିଁ ।
-ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ଅହମ୍ମଦାବାଦ, ପୁଣେ, ହାଇଦ୍ରାବାଦ, କୋଲକତା, ଇନ୍ଦୋର, ଜୟପୁର, ଯୋଧପୁର, ଚେଙ୍ଗଲପଟୁ ଓ ତିରୁବଲୁର ଆଦି ସହର କରୋନା ବେଶୀ ପ୍ରଭାବିତ ହୋଇଛି । ତେଣୁ ଏଠାରେ କୌଣସି ପ୍ରକାର କୋହଳ କରାଯାଇନପାରେ ବୋଲି କୁହାଯାଉଛି ।
-ହୋଟେଲ, ମଲ୍ସ, ରେଷ୍ଟୁରାଣ୍ଟ ଆଦି ଜୁନ ପହିଲାରୁ ଖୋଲିବା ପାଇଁ ଅନୁମତି ମିଳିପାରେ କିନ୍ତୁ କେତେକ କଟକଣା ରହିବ ।
-ରାଜ୍ୟ ସରକାରଙ୍କୁ ପୁରା କ୍ଷମତା ଦିଆଯିବ । ସେମାନେ କେଉଁ ସହରରେ କେଉଁ ନିୟମ ଲାଗୁ କରିବେ ସେମାନେ ତାହା ସ୍ଥିର କରିବେ । ରାଜ୍ୟ ସରକାରଙ୍କୁ ନିଷ୍ପତ୍ତି ନେବା ପାଇଁ ସ୍ୱତନ୍ତ୍ର ଅଧିକାର ଦିଆଯିବ ।
-ସୂତ୍ର ମୁତାବକ ଜୁନ ପହିଲାରୁ ଯାତ୍ରୀସେବା ସାମାଜିକ ଦୂରତା ରକ୍ଷା କରି କରାଯିବ । ମେଟ୍ରୋ ସେବା ମଧ୍ୟ ଜାରି ହୋଇପାରେ ବୋଲି କୁହାଯାଉଛି ।
-ଲକଡାଉନ ୫.୦ରେ ଭକ୍ତମାନଙ୍କ ପାଇଁ ଧାର୍ମିକ ସ୍ଥଳକୁ ଖୋଲିବାକୁ ଅନୁମତି ଦିଆଯିବ । କେତେକ କଟକଣା ଓ ସର୍ତ୍ତ ଲାଗୁ ହେବ । ଯେମିତି ଧାର୍ମିକ ସ୍ଥଳରେ କୌଣସି ପ୍ରକାର ମହୋତ୍ସବ ଆଦି ପାଳନ ନ କରାଯାଏ । ମନ୍ଦିରରେ ଅଧିକ ଭିଡ ନକରାଯାଏ ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ସହ ସାମାଜିକ ଦୂରତ୍ୱକୁ ଧ୍ୟାନ ଦିଆଯିବ ।

hiring
  • ଲକଡାଉନ ୫.୦ରେ କୌଣସି ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟକୁ ଖୋଲିବା ପାଇଁ ଅନୁମତି ଦିଆଯାଇନପାରେ ।
    -ବିବାହ ଓ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ଆଉ କିଛି ଲୋକଙ୍କୁ ସାମିଲ କରିବା ପାଇଁ ଅନୁମତି ମିଳିପାରେ । ଏବେ ବିବାହ ପାଇଁ ୫୦ ଓ ଅନ୍ତିମ ସଂସ୍କାର ପାଇଁ ୨୦ଜଣଙ୍କ ପାଇଁ ଅନୁମତି ମିଳିଛି ।
hiranchal ad1
Leave A Reply

Your email address will not be published.

7 − four =