ସମ୍ବଲପୁରରେ ରକ୍ତଦାନ ଶିବିର, ୧୦୪ ୟୁନିଟ ରକ୍ତ ସଂଗୃହୀତ

0 100

ସମ୍ବଲପୁର: କରୋନା ସଙ୍କଟ ଓ ଲକଡାଉନ କଟକଣା ଯୋଗୁଁ ରକ୍ତଭଣ୍ଡାର ଗୁଡିକରେ ପରିଲକ୍ଷିତ ରକ୍ତର ଅଭାବ ପୁରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ତରଫରୁ ହୀରାକୁଦର ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ଠାରେ ଜୀବନବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ପୂର୍ବତନ ବିଧାୟିକା ଡ଼.ରାସେଶ୍ୱରୀ ପାଣିଗ୍ରାହୀଙ୍କ ସଂଯୋଜନାରେ ରବିବାର ଦିନ ଅନୁଷ୍ଠିତ ଏହି ରକ୍ତଦାନ ଶିବିରକୁ ରେଢ଼ାଖୋଲ ବିଧାୟକ ତଥା ଓଡ଼ିଶା ସରକାର ଙ୍କ ଉପମୁଖ୍ୟ ସଚେତକ ଇଂ ରୋହିତ ପୂଜାରୀ ଅତିଥି ଭାବେ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।

hiring

ଏଥିରେ ୩୨ଜଣ ସ୍ୱେଚ୍ଛାକୃତ ରକ୍ତଦାତା ସାମିଲ ହୋଇଥିଲେ । ହୀରାକୁଦ ବିଡେଜିର ସକ୍ରିୟ ସଦସ୍ୟଙ୍କ ସହଯୋଗରେ ବୁର୍ଲା ରକ୍ତଭଣ୍ଡାରର ଡାକ୍ତର ଏବଂ କର୍ମକର୍ତ୍ତାଙ୍କ ପରିଚାଳନାରେ ରକ୍ତଦାନ କାର୍ଯ୍ୟକ୍ରମ କରାଯାଇଥିଲା । ଏଥିରେ ଓଡ଼ିଶା ରାଜ୍ୟ ପରିଷଦ ସଭ୍ୟ ତଥା ଜିଲ୍ଲା ବିଜୁ କୃଷକ ମୋର୍ଚ୍ଚା ସଭାପତି ଆନନ୍ଦ ଜେନା,ପୂର୍ବତନ ଜିଲ୍ଲା ସଭାପତି ଆର୍ତ୍ତତ୍ର ।ଣ ମିଶ୍ର,ମହାନଗର ସଭାପତି ପ୍ରଫୁଲ୍ଲ କୁମାର ଦାଶ, ବରିଷ୍ଠ ନେତା ମଞ୍ଜୁ ଦାସ, ହୀରାକୁଦ ମହିଳା ଶାଖା ସଭାପତି ରେଣୁବାଲା ମରେଇ, ବାମଦେବ ଷଡ଼ଙ୍ଗୀ, ଆର.ଶିବକୁମାର,ହୀରାକୁଦ ବରିଷ୍ଠ ନାଗରିକ ସଙ୍ଗଠନ କର୍ମକର୍ତ୍ତାଙ୍କ ସହିତ ଅନ୍ୟମାନେ ସହଯୋଗ କରିଥିଲେ । ସେହିପରି ଅନ୍ୟ ଏକ ଶିବିର ସ୍ଥାନୀୟ କ୍ଷେତରାଜପୁର ସ୍ଥିତ ଧର୍ମଶାଳାରେ ଭାଜପାର ସମଲେଶ୍ୱରୀ ମଣ୍ଡଳ ପକ୍ଷରୁ ଅନୁଷ୍ଠିତ ହୋଇଥିଲା । ମଣ୍ଡଳ ସଭାପତି ଶମ୍ଭୁ ବରେଲିଆଙ୍କ ନେତୃତ୍ୱରେ ଆୟୋଜିତ ଏହି ରକ୍ତଦାନ ଶିବିରର ଉଦଘାଟନ ପାର୍ଟିର ଜିଲ୍ଲା ସଭାପତି ଗିରିଶ ପଟେଲ କରିଥିଲେ । ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ଏଥିରେ ଯୋଗଦାନ କରି ରକ୍ତଦାତାମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଶିବିରରେ ମୋଟ ୩୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ସେହିପରି ଏକ ତୃତୀୟ ଶିବିର ସ୍ଥାନୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସାଥୀ ଓ ମାରୱାଡି ଯୁବାମଞ୍ଚ ପକ୍ଷରୁ ବୈଦ୍ୟନାଥ ଛକଠାରେ ଆୟୋଜିତ ହୋଇଥିଲା ଓ ଏଥିରେ ୩୯ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

4 × two =