ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ପକ୍ଷରୁ ଆରୋଗ୍ୟ କାଢା ବଣ୍ଟନ କାର୍ଯ୍ୟକ୍ରମ

0 195

ସୋନପୁର : ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ, ସୁବର୍ଣପୁର ତରଫରୁ ଆଜି ସକାଳୁ ସ୍ଥାନୀୟ ବିଜୁ ପଟ୍ଟନାୟକ ଛକରେ ଆରୋଗ୍ୟ କାଢ଼ା ବଣ୍ଟନ କରାଯାଇଛି,ଆରୋଗ୍ୟ କାଢ଼ । ଯାହାକି ଗିଲୟ, ଡାଲଚିନି, ଅଦା, ଗୁଜରାତି, ଲବଙ୍ଗକୁ ପାଣିରେ ଫୁଟାଇ ପ୍ରସ୍ତୁତ କରାଯାଇଥିଲା, ଯାହାକୁ ପାନକଲେ ଶରୀରର ରୋଗ ପ୍ରତିରୋଧକଶକ୍ତି ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ କରୋନା ମହାମାରୀରୁ ମଧ୍ୟ ନିଜକୁ ରକ୍ଷା କରିହେବ ବୋଲି ଆୟୁଷ ମନ୍ତ୍ରଣାଳୟ କହି ଥିବା ସଂଘର ପୂର୍ବତନ ମୁଖ୍ୟ ସ୍ୱୟଂସେବକ ମଙ୍ଗୁ ସେଠୀ ପ୍ରକାଶ କରିଛନ୍ତି । ସାମାଜିକ ଦୂରତା ନିୟମକୁ ମାନି ୩୦୦ ଗ୍ଲାସ କାଢା ପାନୀୟ ପ୍ରସ୍ତୁତ ହୋଇଥିଲା । ଏ କାର୍ଯ୍ୟକ୍ରମରେ ସ୍ୱୟଂସେବୀ ରାଜେଶ ସିଂ, ସଂଜୟ ମହାପାତ୍ର, ହୃଷିକେଶ ଭୋଇ, ରଶ୍ମି ରଂଜନ ଦାଶ, ସଙ୍ଘ ପ୍ରଚାରକ ନେତ୍ରାନନ୍ଦ ପୁସେସ୍ଟ, ପ୍ରଣବ ନାଏକ, ଜିତେନ୍ଦ୍ର ଖଟୁଆ, ମନୋଜ ପଣ୍ଡା, ୠତୁରାଜ ମେହେର, ସତ୍ୟ ମହାକୁର, ଆନନ୍ଦ ବାରିକ ଓ ଚିତ୍ତ ରଂଜନ ଭୋଇ ପ୍ରମୁଖ କାର୍ଯ୍ୟକୁ ସହଯୋଗ କରିଥିଲେ । ଏ କାର୍ଯ୍ୟକ୍ରମ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ।

hiranchal ad1
Leave A Reply

Your email address will not be published.

thirteen + five =