ସମ୍ବଲପୁର :ଆଜି ସମ୍ବଲପୁରରେ ଆଉ ଏକ କରୋନା ପଜିଟିଭ ଚିହ୍ନଟ ହେଲା ପରେ ଏହି ଜିଲ୍ଲା ରେ ସର୍ବମୋଟ ସଂଖ୍ୟା ୧୨ରେ ପହଞ୍ଚିଛି । ଏହାସହିତ ୫ଜଣ ସୁସ୍ଥ ହୋଇ ଘରକୁ ଫେରି ଯାଇଛନ୍ତି ଓ ସକ୍ରିୟ ରୂପେ ୭ଟି ପଜିଟିଭ ମାମଲା ଚିକିତ୍ସାଧୀନ ରହିଛି । ଆଜି ଜଣେ ୨୦ବର୍ଷୀୟ ଯୁବକକୁ କରୋନା ପଜିଟିଭ ରୂପେ ଚିହ୍ନଟ ହେଲା ପରେ ଚିକିତ୍ସା ପାଇଁ ତାହାକୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବିଷୟରେ ପ୍ରଶାସନିକ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ଏହି ଯୁବକ ଜଣକ ଗତ ମେ ୧୯ତାରିଖରେ ତମିଲନାଡୁରୁ ଏଠାକୁ ଆସିଲା ପରେ ତାକୁ ଅନୁଧ୍ୟାନ ପାଇଁ ସ୍ଥାନୀୟ ମାନେଶ୍ବର ବ୍ଲକ ଅନ୍ତର୍ଗତ ବତେମୁରା କ୍ବାରେଣ୍ଟାଇନ ସେଣ୍ଟରରେ ରଖା ଯାଇଥିଲା ଓ ତାର ସ୍ବାବନମୁନା ପଜିଟିଭ ବାହାରିଲା ପରେ ଚିକିତ୍ସା ପାଇଁ କୋଭିଡ ହସ୍ପିଟାଲ କୁ ପଠା ଯାଇଛି । ଏହାସହିତ ଇତିମଧ୍ୟରେ ସେ କାହା କାହା ସଙ୍ଗରେ ମିଳାମିଶା କରିଛି, ତାହାର ବିସ୍ତୃତ ସୂଚୀ ପ୍ରସ୍ତୁତ କରାଯାଉଛି ।