ରାସ୍ତା ଖାଲଖମା, ବିଭାଗ ସାଜିଛି ନିଦାବିଷ୍ଣୁ

0 95

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ମୁଖ୍ୟ ରାସ୍ତା ବଜାର ଠାରୁ ନୂତନ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ରାସ୍ତା ଦୀର୍ଘ ଦିନ ହେଲା ଖାଲ ଖମା ହୋଇ ରହିଛି।ଯାହା ଫଳରେ ଯାତାୟାତରେ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ତ୍ତମାନ ବର୍ଷା ହେଲେ ରାସ୍ତାରେ ପାଣି ଜମୁଛି ଓ ଛୋଟ ମୋଟ ଦୁର୍ଘଟଣା ହେଉ ଥିବାର ଅଭିଯୋଗ ହେଉଛି। ରାସ୍ତା ପ୍ରସ୍ତୁତି କରଣ ନାଁରେ ଦୀର୍ଘଦିନ ହେଲା ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡିଛି ଅନ୍ୟପଟେ ନୂତନବସଷ୍ଟାଣ୍ଡ ଠାରୁ ମେଡିକାଲ ଛକ ପର୍ଯ୍ୟନ୍ତ କଂକ୍ରିଟ ରାସ୍ତା ଚାଲିଛି । ପୁଣି ଦୀର୍ଘଦିନ ହେଲା ଅଧାପନ୍ତରିଆ ଅବସ୍ଥାରେ ଯାହା ଫଳରେ ଯାତାୟାତ ର ଅସୁବିଧା ହେଉଥିବାର ଅଭିଯୋଗ ହେଉଅଛି।ରାସ୍ତା ନିର୍ମାଣ ରେ ବ୍ୟବହୃତ ଛଡ଼ ଗୁଡିକ ବାହାରିଥିବାରୁ ଜନସାଧାରଣ ଯାତାୟାତ ବେଳେ ସୁରକ୍ଷିତ ମଣୁ ନାହାନ୍ତି । କୋଭିଡ଼ 19 ସକାଶେ ସମସ୍ତ କାର୍ଯ୍ୟ ବନ୍ଦ ରହିଥିଲା ।ବର୍ତ୍ତମାନ କାମ ପାଇଁ ସରକାରଙ୍କ ଅନୁମତି ମିଳିଛି।କାମ ପାରିସମାପ୍ତି ହେଲେ ଜନ ସାଧାରଣ ଉପକୃତ ହୋଇପାରିବେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

hiranchal ad1
Leave A Reply

Your email address will not be published.

7 + fourteen =