ଲ୍ୟାଣ୍ଡଫଲ୍ କଲା “ନିସର୍ଗ’: ମହାରାଷ୍ଟ୍ରରେ ଧ୍ୱଂସର ତାଣ୍ଡବ

0 77

ମୁମ୍ବାଇ : ଶେଷରେ ଅତି ଭୀଷଣ ବାତ୍ୟା ନିସର୍ଗ ମହାରାଷ୍ଟ୍ରର ଆଲିବାଗ୍‌ରେ ଆଜି ଲ୍ୟାଣ୍ଡଫଲ୍ କରିଛି । ଲ୍ୟାଣ୍ଡଫଲ୍ କରିବା ବେଳେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୨୦ କିମି ଥିଲା । ଲ୍ୟାଣ୍ଡଫଲର ପ୍ରଭାବରେ ସମ୍ପୃକ୍ତ ଅଞ୍ଚଳରେ ଅସଂଖ୍ୟ ଘର ଓ ଭିତ୍ତିଭୂମି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।ଲ୍ୟାଣ୍ଡଫଲ ସମୟରେ ସମୁଦ୍ରର ଢେଉ ଅତି ଭୟଙ୍କର ଥିଲା । ନିସର୍ଗ ପ୍ରଭାବରେ କିଛି ସଂଖ୍ୟକ କୋଠାଘର ନଷ୍ଟ ହୋଇଯାଇଥିବା ବେଳେ ଅସଂଖ୍ୟ ଗଛ ଓ ବିଦ୍ୟୁତ ଖୁଣ୍ଟ ତଥା ଟେଲିକମ୍ ଟାୱାର ଭୁଷୁଡ଼ି ପଡ଼ିଛି । ସେହିପରି, ଅଂସଖ୍ୟ ଗାଡ଼ି ମଧ୍ୟ ନଷ୍ଟ ହୋଇଯାଇଛି । ତେବେ ମୃତ୍ୟୁ କିମ୍ବା ଆହତଙ୍କ ସଂପର୍କରେ କୌଣସି ସୂଚନା ମିଳିନାହିଁ । ନିସର୍ଗ ଆସିବା ପୂର୍ବରୁ ସରକାର ସବୁ ପ୍ରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଥିଲେ । ପ୍ରଭାବିତ ହେବାକୁ ଥିବା ଅଞ୍ଚଳଗୁଡ଼ିକର ଲୋକମାନଙ୍କୁ ନିରାପଦ ସ୍ଥାନକୁ ନିଆଯାଇଥିଲା । ଏବେ ସେମାନେ ସେଠାରେ ରହୁଛନ୍ତି । ନିସର୍ଗ ଅପରେସନ୍ ଦାୟିତ୍ୱରେ ଥିବା ଇନ୍ସପେକ୍ଟର ମହେଶ କୁମାର କହିଛନ୍ତି ଯେ, ଆଜି ପୂର୍ବାହ୍ନ ୧୧ଟା ୩୦ରେ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏହା ୩ରୁ ୪ ଘଣ୍ଟା ଲାଗିଥିଲା । ବର୍ତ୍ତମାନ ମହାରାଷ୍ଟ୍ରରେ ଅଧିକାଂଶ ଅଞ୍ଚଳରେ ବର୍ଷା ଲାଗି ରହିଛି । ପବନ ପ୍ରବଳ ବେଗରେ ବୋହୁଛି । ମୋଟ ୧୩ ହଜାର ୫୪୧ ଜଣ ବ୍ୟକ୍ତିଙ୍କୁ ନିରାପଦ ସ୍ଥାନରେ ରଖାଯାଇଛି ।

hiranchal ad1
Leave A Reply

Your email address will not be published.

18 − twelve =