ସଂକ୍ରମଣରେ ପୁଣି ରେକର୍ଡ଼

0 101

ନୂଆଦିଲ୍ଲୀ : ଇତିମଧ୍ୟରେ କରୋନା ସଂକ୍ରମଣ କ୍ଷେତ୍ରରେ ଭାରତ କେତେକ ପ୍ରମୁଖ ଦେଶକୁ ଅତିକ୍ରମ କରିଛି । ପ୍ରତିଦିନ ଦେଶରେ ୮ ହଜାରରୁ ଅଧିକ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ଼ ୯, ୩୦୪ ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୧୬ ହଜାର ୯୧୯ରେ ପହଞ୍ଚିଥିବା ବେଳେ ମୃତ୍ୟୁସଂଖ୍ୟା ୬,୦୭୫କୁ ବୃଦ୍ଧି ପାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଏହି ସୂଚନା ଦେଇ କହିଛି ଯେ, ଭାରତରେ ସଂକ୍ରମଣ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିଲେ ମଧ୍ୟ ବିଶ୍ୱର ଏହି ବୃଦ୍ଧି ତୁଳନାରେ ତାହା କମ୍ । ଭାରତର ଜନସଂଖ୍ୟା ଯେତିକି, ସେ ତୁଳନାରେ ମୃତ୍ୟୁସଂଖ୍ୟା ଅତି ନଗଣ୍ୟ । ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଆରୋଗ୍ୟ ବ୍ୟକ୍ତିଙ୍କ ସଂଖ୍ୟା ମଧ୍ୟ ପ୍ରତିଦିନ ବଢ଼ୁଛି । ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୪ ହଜାର ୧୦୭ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି । କରୋନାରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ମହାରାଷ୍ଟ୍ର । ସେଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୭୫ ହଜାର ଅତିକ୍ରମ କରିସାରିଲାଣି । ସେହିପରି, ମୃତ୍ୟୁ ସଂଖ୍ୟା ୨,୫୮୭କୁ ବୃଦ୍ଧି ପାଇଛି ବୋଲି ମନ୍ତ୍ରାଳୟ କହିଛି । ରାଜ୍ୟରେ ଅବଶ୍ୟ ୩୨ ହଜାରରୁ ଅଧିକ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦେଶର କରୋନା ପ୍ରଭାବିତ ରାଜ୍ୟ ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛି ତାମିଲନାଡୁ । ସେଠାରେ ମୋଟ ୨୬ ହଜାର ପଜିଟିଭ୍ ମାମଲା ରହିଛି । ଏପର୍ଯ୍ୟନ୍ତ ମାତ୍ର ୨୦୮ ଜଣଙ୍କ ମୃତ୍ୟୁ ଘଟିଛି । ତୃତୀୟ ସ୍ଥାନରେ ଥିବା ଦିଲ୍ଳୀରେ ଆକ୍ରାନ୍ତଙ୍କ ସଂଖ୍ୟା ୨୩ ହଜାର ୬୪୫ ରହିଛି । ୬୦୬ ଜଣଙ୍କର ମୃତ୍ୟୁ ଘଟିସାରିଲାଣି । ୯ ହଜାର ୫୪୨ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି । ଗୁଜୁରାଟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୮ ହଜାରରୁ ଅଧିକ ଥିବା ବେଳେମୃତ୍ୟୁ ସଂଖ୍ୟା ୧୧୨୨କୁ ବୃଦ୍ଧି ପାଇଛି । ଏହାଛଡ଼ା ରାଜସ୍ଥାନ, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଭଳି ଜିଲ୍ଲାଗୁଡ଼ିକରେ ମଧ୍ୟ କରୋନା ରୋଗୀଙ୍କ ସଂଖ୍ୟା ବଢ଼ୁଛି । ସବୁଠୁ ଚିନ୍ତାର ବିଷୟ ହେଉଛି ଯେ, ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ସ୍ଥାନୀୟ ସଂକ୍ରମିତ ରହୁଛନ୍ତି । ଏହି ସଂଖ୍ୟା ମଧ୍ୟ ବୃଦ୍ଧ ପାଉଛି । ତେବେ ଦେଶରେ ଏପର୍ଯ୍ୟନ୍ତ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ ବୋଲି ସରକାର ପୁଣିଥରେ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

two × 3 =