ମାଲ୍ୟାଙ୍କ ପ୍ରତ୍ୟର୍ପଣ ଉପରେ ରୋକ୍‌

0 91

ନୂଆଦିଲ୍ଲୀ, : ହଜାର ହଜାର କୋଟି ଟଙ୍କାର ଋଣ ନେଇ ପରିଶୋଧ ନକରି ଫେରାର ହୋଇଯାଇଥିବା ଭାରତର ଶିଳ୍ପପତି ତଥା ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ଭାରତ ପ୍ରତ୍ୟର୍ପଣ ବାଟରେ ପୁଣି ବାଧକ ସୃଷ୍ଟି ହୋଇଛି । ମାଲ୍ୟାଙ୍କ ପ୍ରତ୍ୟର୍ପଣ ଉପରେ ବ୍ରିଟିଶ୍ ହାଇ କମିଶନ ରୋକ୍ ଲଗାଇଛନ୍ତି । ଯେପର୍ଯ୍ୟନ୍ତ ଆଇନଗତ ପ୍ରତିବନ୍ଧକର ସମାଧାନ ନହୋଇଛି, ସେ ପର୍ଯ୍ୟନ୍ତ ମାଲ୍ୟାଙ୍କୁ ଭାରତ ପଠାଯାଇପାରିବ ନାହିଁ ବୋଲି ବ୍ରିଟେନ୍ କହିଛି । ତେବେ ସେହି ଆଇନଗତ ପ୍ରତିବନ୍ଧକ କ\’ଣ ସେ ସମ୍ପର୍କରେ ବ୍ରିଟିଶ୍ ହାଇ କମିଶନ୍ କୌଣସି ସୂଚନା ଦେବାକୁ ମନା କରିଦେଇଛନ୍ତି । ବ୍ରିଟିଶ୍ ହାଇ କମିଶନ କାର୍ଯ୍ୟାଳୟର ମୁଖପାତ୍ର ଗୁରୁବାର କହିଛନ୍ତି ଯେ, ଗତ ମାସରେ ବିଜୟ ମାଲ୍ୟା ପ୍ରତ୍ୟର୍ପଣ ବିରୋଧରେ କରିଥିବା ଆବେଦନ ଖାରଜ ହୋଇଯାଇଥିଲା । ତଥାପି ଆଇନଗତ ସମସ୍ୟା ଥିବାରୁ ପ୍ରତ୍ୟର୍ପଣ ପ୍ରକ୍ରିୟା ଆରମ୍ଭ ହୋଇପାରି ନାହିଁ । ପ୍ରତ୍ୟର୍ପଣ ପୂର୍ବରୁ ଏହି ଆଇନଗତ ପ୍ରତିବନ୍ଧକକୁ ହଟାଇବାର ଆବଶ୍ୟକତା ରହିଛି । ବ୍ରିଟିଶ୍ ସରକାରଙ୍କର ଏଭଳି ଆଇନଗତ ପ୍ରତିବନ୍ଧକ ନେଇ ଭାରତ ଏବେ ଚିନ୍ତାରେ ପଡ଼ିଛି । ମାଲ୍ୟା ଭାରତକୁ ଆସିଲେ ତାଙ୍କୁ କି ପ୍ରକାର ବ୍ୟବହାର ପ୍ରଦର୍ଶନ କରାଯିବ ସେ ସଂପର୍କରେ ବିଚାର କରାଯାଉଛି ।

hiranchal ad1
Leave A Reply

Your email address will not be published.

two + 19 =