ଆବାସ ଯୋଜନାରେ ଅନିୟମିତତା ଅଭିଯୋଗ : ତାଲିକାରେ ନାମ ଥିଲେ ବି ମିଳିନି ଘର

0 45

ଖପ୍ରାଖୋଲ,୨୧/୧୨: ଗ୍ରାମାଞ୍ଚଳରେ ବାସକରୁଥିବା ଗରିବ ଗୃହହୀନଙ୍କ ପାଇଁ ବିଜୁ ପକ୍କାଘର, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଭଳି ଯୋଜନା କାର୍ଯ୍ୟକାରୀ ହେଉଛି ହେଲେ ଅନେକ ସମୟରେ ପ୍ରକୃତ ହିତାଧିକାରୀ ଘର ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି । ଏପରିକି ହିତାଧିକାରୀ ତାଲିକାରେ ନାମଥାଇ ପାଉଣା ମିଳିଥିବା ଅନଲାଇନ୍‌ରେ ଦେଖାଯାଉଥିଲେ ବି ହିତାଧିକାରୀ ଘର ପାଇନଥିବା ଅଭିଯୋଗ ହେଉଛି । ଏପରି ଏକ ଘଟଣା ଖପ୍ରାଖୋଲରେ ଦେଖିବାକୁ ମିଳୁଛି । ଅଭିଯୋଗ ଅନୁସାରେ ଖପ୍ରାଖୋଲ ବ୍ଲକ୍‌ ତେଲେନପାଲି ପଞ୍ଚାୟତ କର୍ଲାମାଲ୍‌ ଗାଁର କୌଶଲ୍ୟା ଚିରାଗୁନ ନାମକ ଯୁବତୀଙ୍କ ନାମରେ ୨୦୧୯-୨୦ ଆର୍ଥିକ ବର୍ଷରେ ପ୍ରଧାମନ୍ତ୍ରୀ ଘର ମିଳିଥିବା ଅନଲାଇନରେ ଦେଖାଯାଉଥିବା ବେଳେ ସାମାଜିକ ସମୀକ୍ଷା ସମୟରେ ଦେଖାଯାଇଛି ଭିନ୍ନ ଚିତ୍ର । ସାମାଜିକ ସମୀକ୍ଷା ଦଳ ଅନଲାଇନ୍‌ କପି ଅନୁସାରେ କୌଶଲ୍ୟାଙ୍କ ଘର ସମ୍ପର୍କରେ ପଚାରିବାରୁ କୌଶଲ୍ୟା ୫ ବର୍ଷହେଲା ଅନ୍ୟ ଗାଁକୁ ବାହାହୋଇ ଯାଇଥିବାବେଳେ ସେ କୌଣସି ଘର ପାଇନଥିବା ପଡୋଶୀ କହିଥିଲେ । ପରେ କୌଶଲ୍ୟା ନିଜ ଶାଶୁଘରୁ ସମାଜସେବୀ ଧ୍ରୁବ ସରାଫଙ୍କ ସହାୟତାରେ ପଞ୍ଚାୟତରେ ଲିଖିତ ଭାବେ ଜଣାଇଥିବା ଜଣାପଡିଛି । ତାଙ୍କ ନାମରେ ଥିବା ଘରକୁ ଅନ୍ୟକେହି ଚଞ୍ଚକତା କରି ଆତ୍ମସାତ କରିଥିବା ସନ୍ଦେହ କରିବାସହ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଲିଖିତ ଅନୁରୋଧ କରିଛନ୍ତି । ଏନେଇ ଖପ୍ରାଖୋଲ ବିଡିଓ ରଶ୍ମି ରଞ୍ଜନ ରାଉ ଙ୍କୁ ପଚାରିବାରୁ ତାଙ୍କୁ ଅଭିଯୋଗ ମିଳିନି , କଣ ହୋଇଛି ଅନୁସନ୍ଧାନ ପରେ ଅଭିଯୋଗ ସତ ହୋଇଥିଲେ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

hiranchal ad1
Leave A Reply

Your email address will not be published.

one × three =