ପୁରୀ : ଭିଜିଲାନ୍ସ ଜାଲରେ ପୁରୀ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାମ କରୁଥିବା କର୍ମଚାରୀ । ୫୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ସିନିୟର୍ ରେଭେନ୍ୟୁ ଆସିଷ୍ଟାଣ୍ଟ ଜିତୁ ରଂଜନ ଛାଟୋଇ । ଜଣେ ବ୍ୟକ୍ତିଙ୍କ ଜମିକୁ ଘର ବାଡ଼ି କିସମ କରିବା ନେଇ ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ ପକ୍ଷରୁ ଏହି ଚଢାଉ କରାଯାଇ ଜିତୁ ରଂଜନ ଛାଟୋଇଙ୍କୁ ଗିରଫ କରଯାଇଛି । ତେବେ ଭିଜିଲାନ୍ସ ପକ୍ଷରୁ ଜିତୁ ରଂଜନଙ୍କ ଘର ପିପିଲିର ଶିଉଳାମାଟିଆପଡ଼ା ମଧ୍ୟ ଚଢ଼ାଉ କରାଯାଇ ତାଙ୍କର ଆୟ ବହିର୍ଭୁତ ସମ୍ପତ୍ତିର ଯାଞ୍ଚ କରାଯାଉଅଛି ।