ବଲାଙ୍ଗୀର ଉଡାନ୍‌ ମିଟ୍‌-୨୦୨୨ରେ ମହାମହିମ ରାଜ୍ୟପାଳ,ଏକତା ଓ ସମନ୍ୱୟ ବିକାଶ ମାର୍ଗରେ ଆମକୁ ନେବ

0 210

ବଲାଙ୍ଗୀର: ଉଡାନ୍‌ ମିଟ୍‌ ୨୦୨୨କୁ ଉଦଘାଟନ କରିଛନ୍ତି ମହାମହିମ ରାଜ୍ୟପାଳ ପ୍ରଫେସର ଶଣେଶୀ ଲାଲ । ବଲାଙ୍ଗୀର ରୋଟାରି କ୍ଳବ୍‌ ଅଫ୍‌ ଏଲାଇଟ୍‌ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ ରାଜ୍ୟପାଳ । ଉଦଘାଟନ ପରେ ସଭାପତି ରିଙ୍କୁ ପାତ୍ରଙ୍କ ପରିଚାଳନାରେ ଅନୁଷ୍ଠିତ ସଭାରେ ରାଜ୍ୟପାଳ ଜିଲ୍ଲାରେ ମହିଳା ଶିକ୍ଷାର ବିକାଶରେ ଉଡାନର ଭୂମିକାକୁ ପ୍ରଶଂସା କରିଥିଲେ । ସେବା ମୁକ୍ତିର ଏକମାତ୍ର ବିକଳ୍ପ କହି ଓଡ଼ିଶାର ସାଂସ୍କୃତିକ ପରମ୍ପରା ମହାନ୍‌ ବୋଲି କହିଥିଲେ । ପ୍ରଭୁ ଜଗନ୍ନାଥଙ୍କ ରାଜ୍ୟରେ ଧନୁଯାତ୍ରା ପର୍ବ ପାଳନ କରାଯାଏ । ଯାହା ଧର୍ମ ଓ ଅଧର୍ମର ବ୍ୟାଖ୍ୟା କରେ । ଏକତା ଓ ସମନ୍ୱୟ ସ୍ଥାପନ ଆମକୁ ବିକାଶ ମାର୍ଗରେ ନେବ । ପରମ୍ପରାକୁ ବ୍ୟାଖ୍ୟା କରି ବର୍ତ୍ତମାନ ଓଡ଼ିଶା ଭାରତ ହେବାକୁ ଯାଉଛି ବୋଲି ମତପ୍ରକାଶ କରିଥିଲେ । ଉତ୍ସବର ସମନ୍ୱିତ ଅତିଥି ସ୍ଥାନୀୟ ବିଧାୟକ ନରସିଂହ ମିଶ୍ର, ଜିଲ୍ଲାପାଳ ଚଞ୍ଚଳ ରାଣା, ପ୍ରଫେସର ମଧୁସୂଦନ ପତି ଆର୍ଥିକ ଅନଗ୍ରସର ଛାତ୍ର ଛାତ୍ରୀଙ୍କ ଶୈକ୍ଷିକ ଉତ୍‌ଥାନ ଦିଗରେ ଉଡାନର ଅବଦାନକୁ ପ୍ରଶଂସା କରିବା ସହ ଆଗକୁ ଆହୁରୀ ନିଷ୍ଠା ସହ କାମ କରିବାକୁ ପରାମର୍ଶ ଦେଇଥିଲେ । ଏ ଅବସରରେ ଅତିଥିମାନଙ୍କ ଦ୍ୱାରା ଏକ ସ୍ମରଣିକା ଉନ୍ମୋଚିତ ହୋଇଥିଲା । ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଶେଷରେ ଅନୁଷ୍ଠାନର ସଂପାଦିକା ମମତା ପରମାର ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମରେ ବହୁ ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ, ସାମ୍ବାଦିକ ଯୋଗଦାନ କରିଥିଲେ ।

hiranchal ad1
Leave A Reply

Your email address will not be published.

4 + 14 =