ରାଜ୍ୟପାଳଙ୍କ ସୁବର୍ଣ୍ଣପୁର ଜିଲ୍ଳା ପରିଦର୍ଶନ

0 104

ସୁବର୍ଣ୍ଣପୁର: ମାନ୍ୟବର ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସୁବର୍ଣ୍ଣପୁର ଜିଲ୍ଲା ପରିଦର୍ଶନରେ ଆସି ବୀରମହାରାଜପୁର ଠାରେ ଆୟୋଜିତ ଆଞ୍ଚଳିକ ଧନୁ ଯାତ୍ରା ମହୋତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦାନ କରିଥିଲେ । ପରେ ପରେ ସୁବର୍ଣ୍ଣପୁର ଜିଲ୍ଳା ମୁଖ୍ୟାଳୟ ସ୍ଥିତ ସର୍କିଟ ହାଉସଠାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ବୈଠକରେ ଯୋଗଦାନ କରିଥିଲେ । ବୈଠକରେ ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ମାନ୍ୟବର ରାଜ୍ୟପାଳ ମହୋଦୟଙ୍କୁ ବୈଠକକୁ ସ୍ୱାଗତ କରିବା ସହିତ ଜିଲ୍ଲାର ବିଭିନ୍ନ ବିଭାଗ ତରଫରୁ ଜିଲ୍ଳା ବିକାଶର ବିଭିନ୍ନ କାର୍ଯ୍ୟକ୍ରମର କାର୍ଯ୍ୟକାରିତାକୁ ତାଙ୍କୁ ଅବଗତ କରାଇଥିଲେ । ଆଲୋଚନା ବୈଠକରେ ମାନ୍ୟବର ରାଜ୍ୟପାଳ ଜିଲ୍ଲାର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ପରାମର୍ଶ ଦେବା ସହ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ସ୍ୱଚ୍ଛ ପାନୀୟ ଜଳର ଉପଲବ୍ଧ କରାଇବା ତଥା ଛାତ୍ରୀଙ୍କ ନିମନ୍ତେ ସ୍ୱତନ୍ତ୍ର ଉତ୍ତମ ବ୍ୟବସ୍ଥା ସହିତ ଶୌଚାଳୟର ଉପଲବ୍ଧ କରାଇବାକୁ ପରାମର୍ଶ ଦେଇଛନ୍ତି ।

hiring

ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସର୍କିଟ ହାଉସଠାରେ ଜିଲ୍ଲାର ପ୍ରତିଷ୍ଠିତ ସାହିତ୍ୟ ଅନୁଷ୍ଠାନ ମହାନଦୀ ସାହିତ୍ୟ ସଂସଦର କର୍ମକର୍ତ୍ତା, ସହରର ବୁଦ୍ଧିଜୀବୀ, ବରିଷ୍ଠ ବ୍ୟକ୍ତି ବିଶେଷଙ୍କ ସହ ଜିଲ୍ଲାପ୍ରଶାସନ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏ ଅବସରରେ ଜାତୀୟ ପୁରସ୍କାର ପ୍ରାପ୍ତ ତନ୍ତଶିଳ୍ପୀ ପ୍ରହଲ୍ଲାଦ ମେହେର ତାଙ୍କ ଦ୍ୱାରା ପ୍ରସ୍ତୁତ ୱାଲ୍‌ ହେଙ୍ଗିଂ ‘କଳ୍ପଦୃମ ‘ ପ୍ରଦାନ କରିଥିଲେ । ସଂସ୍କୃତି ଗବେଷକ ଡ଼ଃ ପୁରୁଷୋତ୍ତମ ମିଶ୍ର ତାଙ୍କ ସ୍ୱରଚିତ ‘ସୁବର୍ଣ୍ଣପୁରର ଲୋକ ସଂସ୍କୃତି’ ଓ ‘ଚନ୍ଦନ ବନର ଗଳ୍ପ’ ପୁସ୍ତକ ପ୍ରଦାନ କରିଥିବା ବେଳେ ମହାନଦୀ ସାହିତ୍ୟ ସଂସଦର ସଭାପତି ଶ୍ୟାମାଓମ୍‌ ପ୍ରସାଦ ମିଶ୍ର ତାଙ୍କର କିଛି ପ୍ରତିନିଧି ମଣ୍ଡଳୀଙ୍କ ସହ ଆସନ୍ତା ଫେବୃୟାରୀ ୫ ତାରିଖ ମାଘପୂର୍ଣ୍ଣିମା ଅବସରରେ ଆୟୋଜିତ ହେବାକୁଥିବା ‘ଲୀଳାକ୍ଷେତ୍ର ପାତାଳୀ’ ସଂପର୍କିତ ଜାତୀୟ କର୍ମଶାଳା ଓ ସଙ୍ଗମ ଆଳତୀ ରେ ମୁଖ୍ୟ ଅତିଥି ଭାବରେ ଯୋଗଦେବାପାଇଁ ମହାମହିମଙ୍କୁ ଅନୁରୋଧ ରଖିଥିଲେ । ଗସ୍ତର ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମ ଅବସରରେ ଜିଲ୍ଲାପାଳ ଶ୍ରୀମତୀ ନରୱଣେଙ୍କ ସମେତ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ, ଉପଜିଲ୍ଲାପାଳ ବୀରମହାରାଜପୁର ଅଶୋକ ଭୋଇ ଓ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗଦାନ କରିଥିଲେ ।

hiranchal ad1
Leave A Reply

Your email address will not be published.

two × 2 =