ନବମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଉଦଘାଟିତ

0 97

ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡିର ଅଗ୍ରଣୀ ନାଟ୍ୟ ସଂଗଠନ କ୍ରିଏଟିଭ ଆର୍ଟସ ଦ୍ୱାରା ସ୍ଥାନୀୟ ଅର୍ବାନ ବ୍ୟାଙ୍କ ପଡିଆଠାରେ ନବମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ସମାରୋହରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ ଅତିଥି ଭାବରେ ମଞ୍ଚାସୀନ ଥିଲେ । ସୀମାନ୍ତ ଅଞ୍ଚଳରେ ଦୀର୍ଘ ବର୍ଷ ହେଲା ଅସ୍ଥୟୀ ମଂଚ ନିର୍ମାଣ କରି ନାଟକ ପରମ୍ପରା ବଜାୟ ରଖିବା ପାଇଁ ଅତିଥି ମାନେ ପ୍ରଶଂସା କରିଥିଲେ । ଆୟୋଜକମାନଙ୍କ ପକ୍ଷରୁ ସ୍ଥାୟୀ ରଙ୍ଗମଞ୍ଚ ଓ ସଂସ୍କୃତି ଭବନ ନିର୍ମାଣ ନିମନ୍ତେ ଦାବୀ ଉଠିଥିଲା । ଅନୁଷ୍ଠାନର ଉପସଭାପତି ଏମ. ପୃଥିବୀରାଜ ସଭାକୁ ସଭାପତିତ୍ୱ କରିଥିବା ବେଳେ ସଂପାଦକ ମନୋଜ ପାଢ଼ୀ ସ୍ୱାଗତ ଭାଷଣ ଦେଇଥିଲେ । ଯୁଗ୍ମ ସଂପାଦକ ଆଦର୍ଶ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ସ୍ୱର୍ଗତ ପ୍ରବୀଣ ପଣ୍ଡାଙ୍କ ସ୍ମୁତିରେ ପାରଳା ନାଟ୍ୟ ସମ୍ମାନରେ ଓଡ଼ିଶାର ବିଶିଷ୍ଟ ନାଟ୍ୟକର୍ମୀ ଅଶୋକ କରଙ୍କୁ ସମ୍ମାନିତ କରାଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ବେଲପାହାଡ ମିରର ଥିଏଟର ଅନୁଷ୍ଠାନର କଳାକାରମାନେ ମା ପୁଅର ସ୍ନେହ ଭରା କାହାଣୀକୁ ପରିବେଷଣ କରିଥିଲେ ନାଟକ ” ଦୂର୍‌ ଆକାଶେ’ । ଦୀର୍ଘ ଦୁଇ ବର୍ଷ ପରେ ଏହି ନାଟକ ମହୋତ୍ସବ ଆୟୋଜିତ ହେଇଥିବାରୁ ଦର୍ଶକଙ୍କ ଭିଡ ଜମିଥିଲା । ସମ୍ବଲପୁରୀ ନାଟକକୁ ଦର୍ଶକମାନେ ବିଳମ୍ବିତ ରାତି ଯାଏଁ ଉପଭୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

5 + three =