ଜିଲ୍ଲା ସ୍ତରୀୟ ଖରିଫ ଧାନ କ୍ରୟ ମଣ୍ଡିର ଉଦଘାଟନରେ ବ୍ୟାପକ ଅନିୟମିତତା ଅଭିଯୋଗ ଆଣିଲା ଭାଜପା

0 114

ପାରଳାଖେମୁଣ୍ଡି : ଚଳିତ ବର୍ଷ ଗଜପତି ଜିଲ୍ଲା ସ୍ତରୀୟ ଖରିଫ ଧାନ କ୍ରୟ ମଣ୍ଡିରେ ଘୋର ଅନିୟମିତତା ହୋଇଥିବା ଜିଲ୍ଲା ଭାଜପା ପକ୍ଷରୁ ପାରଳା ବିଧାୟକ ତଥା ଜିଲ୍ଲା ଭାଜପା ସଭାପତି କେ. ନାରାୟଣ ରାଓ ଅଭିଯୋଗ କରିଛନ୍ତି । ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଭାଜପା କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ ପ୍ରେସ ମିଟରେ ଜିଲ୍ଲା ପ୍ରଶାସନ ବିରୋଧରେ ପାରଳା ବିଧାୟକ କେ ନାରାୟଣ ରାଓ ଏଭଳି ଅଭିଯୋଗ କରିଛନ୍ତି । ପାରଳା ବିଧାୟକ କେ. ନାରାୟଣ ରାଓ ଅଭିଯୋଗ କରି କହିଛନ୍ତି ଯେ ଜିଲ୍ଲା ସ୍ତରୀୟ ମଣ୍ଡି ଯେଉଁ ଉଦଘାଟନ ହେଲା ସେଥି ପୂର୍ବରୁ ଦୁଇ ଥର ଜିଲ୍ଲା ସ୍ତରୀୟ ମିଟିଙ୍ଗ ହୋଇଥିଲା ଏବଂ ମଣ୍ଡି ଉଦଘାଟନ ଗତ ୨୩ ତାରିଖରେ ହେବ ବୋଲି ଧାର୍ଯ୍ୟ କରା ଯାଇଥିଲା । ହେଲେ ଏଥିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟତିକ୍ରମ ଓ ଅବହେଳା କରାଯାଇ ଏହାର ୭ ଦିନ ପରେ ଉଦଘାଟନ କରାଯାଇଛି । ସେହି ଜିଲ୍ଲା ସ୍ତରୀୟ ଉଦଘାଟନ କାର୍ଯ୍ୟକ୍ରମରେ ମୋହନା ବିଧାୟକଙ୍କୁ ନିମନ୍ତ୍ରଣ ନାହିଁ ମୋତେ ଫର୍ମାଲି କହି ନିମନ୍ତ୍ରଣ ମଧ୍ୟ ନାହିଁ । ଏହି କାର୍ଯ୍ୟକ୍ରମରେ ବିଜେଡ଼ିର କେତେକଙ୍କୁ ଯେଉଁମାନେ କି କୌଣସି ପିଆରଆଇ ମେମ୍ବର ନାହାନ୍ତି ସେହି ମାନଙ୍କୁ ମଞ୍ଚରେ ବସାଇ ଉଦଘାଟନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ କହି ଏହା ସମ୍ପୂର୍ଣ୍ଣ ଭାବେ ପ୍ରଟୋକଲର ବିରୁଦ୍ଧ ବୋଲି ଗଣମାଧ୍ୟମକୁ ଜଣାଇଛନ୍ତି ।

hiring

hiranchal ad1
Leave A Reply

Your email address will not be published.

1 × two =