ଜଙ୍ଗଲ ଉପରେ ଅଧିକାରକୁ ନେଇ ଦୁଇସାହି ମଧ୍ୟରେ ବିବାଦ

0 1,522

ବୌଦ୍ଧ: ବନବିଭାଗର ବୌଦ୍ଧ ରେଞ୍ଜ ବଘିଆପଡା ସେକସନ ଅନ୍ତର୍ଗତ ଏରେଡା ଗ୍ରାମରେ ଥିବା ଗୌଡଦେଇ ଜଙ୍ଗଲ ଉପରେ ଅଧିକାରକୁ ନେଇ ଗ୍ରାମର ଦୁଇସାହି ମଧ୍ୟରେ ବିବାଦ ଉଗ୍ରରୂପ ନେଇଛି । ବୌଦ୍ଧବ୍ଲକ ବଘିଆପଡା ଗ୍ରାମ ପଞ୍ଚାୟତର ଏକ ୱାର୍ଡ ହେଉଛି ଏରେଡା । ତଳ ଏରେଡା ଓ ଉପର ଏରେଡା ନାମରେ ଗ୍ରାମର ଦୁଇଟି ସାହି ରହିଛି । ଉଭୟସାହି ମଧ୍ୟରେ ଗୌଡଦେଇ ଜଙ୍ଗଲରେ ଅଧିକାରକୁ ନେଇ ପୁରୁଣା ବିବାଦ ରହିଆସିଛି । ଉପର ଏରେଡାର ଲୋକେ ଉକ୍ତ ଗୌଡଦେଇ ଜଙ୍ଗଲକୁ ଜଗାରଖା କରିବାସହ ବନଜାତ ଦ୍ରବ୍ୟ ବ୍ୟବହାର କରି ଆସୁଛନ୍ତି । ତଳି ଏରେଡା ସାହିର ଲୋକଙ୍କ ଗୌଡଦେଇ ଜଙ୍ଗଲ ଉପରେ କୌଣସି ଅଧିକାର ନଥିବା ଦର୍ଶାଇ ଉପର ଏରେଡାବାସୀ ଜଙ୍ଗଲ ମଧ୍ୟକୁ ସେମାନଙ୍କର ପଶିବାର ଅଧିକାର ନଥିବା କହୁଛନ୍ତି ।

hiring


ଏବେ କେନ୍ଦୁପତ୍ର ତୋଳା ଚାଲିଥିବାବେଳେ ତଳିଏରେଡାର ତୋଳାଳିମାନଙ୍କୁ ସେମାନଙ୍କର ଅଞ୍ଚଳରୁ ପତ୍ର ତୋଳିବାକୁ ବାରଣ କରିବାପରେ ବିବାଦ ଆଉ ଟିକିଏ ବଢିଯାଇଛି । ତଳଏରେଡା ସାହିର ମହିଳା ପୁରୁଷ ମିଶି ସମବେତ ହୋଇ ଜଙ୍ଗଲ ନିକଟକୁ ଯାଇ ଗତକାଲି ସେମାନଙ୍କର ଶକ୍ତି ପ୍ରଦର୍ଶନ କରିଛନ୍ତି । ସେମାନେ ଜଙ୍ଗଲକୁ ମଧ୍ୟ ସୁରକ୍ଷା ଦେବେ ଓ ବ୍ୟବହାର କରିବେ ବୋଲି କହୁଛନ୍ତି । ବନବିଭାଗ ଫରେଷ୍ଟର ଉଭୟସାହିର ଲୋକଙ୍କ ମଧ୍ୟରେ ଆଲୋଚନାକରି ସମାଧାନ କରିବାପାଇଁ ଚେଷ୍ଟାକରି ବିଫଳ ହେବାପରେ ପରିସ୍ଥିତି ଆହୁରି ଉତ୍ତେଜନାପୂର୍ଣ୍ଣ ହୋଇପଡିଛି । ଉଭୟସାହି ମଧ୍ୟରେ ଲାଗିଥିବା ବିବାଦର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ଓ ପୁଲିସ ହସ୍ତକ୍ଷେପ କରିବାର ଆବଶ୍ୟକତା ରହିଛି ବୋଲି ଅଞ୍ଚଳରେ ମତପ୍ରକାଶ ପାଉଛି ।

hiranchal ad1
Leave A Reply

Your email address will not be published.

20 − 8 =