ବଇଡାରେ କିଟ୍‌ ପକ୍ଷରୁ ୨ଶହ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ହସ୍‌ପିଟାଲ୍‌ ଓ ଦିବାଧ୍ୟାୟୀ ବିଦ୍ୟାଳୟର ଭୂମିପୂଜନ

0 192

ଫୁଲବାଣୀ,୯/୧ :- କନ୍ଧମାଳ ଜିଲ୍ଲା ବଇଡାଠାରେ କିଟ୍‌ ପକ୍ଷରୁ ୨ଶହ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ହସ୍‌ପିଟାଲ୍‌ ଓ ଦିବାଧ୍ୟାୟୀ (ଡେ ବୋର୍ଡିଂ) ବିଦ୍ୟାଳୟର ଭୂମିପୂଜନ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ସମେତ ସ୍ଥାନୀୟ ବିଧାୟକ ଚକ୍ରମଣି କହଁର ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ, ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ, ଏସପି ଶୁଭେନ୍ଦୁ ପାତ୍ର, ଡିଏଫଓ ପ୍ରଶାନ୍ତ ପଟେଲ, ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ବିଜୟ ନାୟକ, ରାଜ୍ୟ ଗୃହ ନିର୍ମାଣ ନିଗମ ପୂର୍ବତନ ଅଧ୍ୟକ୍ଷ ତଥା ବିଜେଡି ଜିଲ୍ଲା ସଭାପତି ସରୋଜ କର୍ଣ୍ଣ, ଫୁଲବାଣୀ ବ୍ଲକ ଅଧ୍ୟକ୍ଷା ସସ୍ମିତା କହଁର, ଗଞ୍ଜୁଗୁଡା ସରପଞ୍ଚ ଆଲୋକ କହଁର, ବିଜେଡି ମହିଳା ସଭାନେତ୍ରୀ ପୁନମ କହଁର ଓ ବିଡ଼ିଓ ପ୍ରବୀଣ କୁମାର ବାଣୁଆ, ବିଜେଡି ଛାତ୍ର ସଭାପତି ସୁନୀଲ ସେଠୀ, ଯୁବ ସଭାପତି ବିଷ୍ଣୁ ଚରଣ ମଲ୍ଲିକ, ନଗର ଯୁବ ସଭାପତି ରାକେଶ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଶ୍ରୀ ସାମନ୍ତ ସୂଚନା ଦେଇ କହିଲେ ଯେ ଗତ ୩୦ ବର୍ଷ ଧରି କିଟ୍‌ ଓ କିସ୍‌ ନିରନ୍ତର ସମାଜସେବା କାର୍ଯ୍ୟ ଜାରିରଖିଛି ।

hiring

ସାଂସଦ ଭାବରେ ମୁଁ କନ୍ଧମାଳ ସଂସଦୀୟ କ୍ଷେତ୍ରର ବିଭିନ୍ନ ଅଞ୍ଚଳର ବିକାଶ ନିମନ୍ତେ ଗତ ୪ବର୍ଷ ଧରି ବିଭିନ୍ନ ପ୍ରକାର ଉନ୍ନୟନ ପ୍ରକଳ୍ପ ନିରବଚ୍ଛିନ୍ନ୍ନ ଭାବେ ପ୍ରୟାସ ଜାରି ରଖିଛି । ସାଂସଦ ଭାବେ ନିର୍ବାଚିତ ହୋଇ ଆସିବା ପରେ କନ୍ଧମାଳ ସଂସଦୀୟ କ୍ଷେତ୍ରରେ ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର ଓ ପର୍ଯ୍ୟଟନ ଉପରେ ଗୁଣାତ୍ମକ ପରିବର୍ତ୍ତନ ଆଣିବା ପାଇଁ ଚେଷ୍ଟିତ ବୋଲି ସେ କହିଥିଲେ । ଶ୍ରୀ ସାମନ୍ତଙ୍କ ଦ୍ୱାରା ପ୍ରତିଷ୍ଠିତ ଅନୁଷ୍ଠାନ କିଟ୍‌ ପକ୍ଷରୁ କନ୍ଧମାଳ ଜିଲ୍ଲାର ବଇଡାଠାରେ ୨ଶହ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ହସ୍‌ପିଟାଲ୍‌ ଓ ଦିବାଧ୍ୟାୟୀ (ଡେ ବୋର୍ଡିଂ) ବିଦ୍ୟାଳୟ କରିବା ନିମନ୍ତେ ପ୍ରୟାସ ଆରମ୍ଭ ହୋଇଛି ବୋଲି ଶ୍ରୀ ସାମନ୍ତ କହିବା ଏଥିପାଇଁ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ ।

hiranchal ad1
Leave A Reply

Your email address will not be published.

eleven + nineteen =