ଗଞ୍ଜେଇ ଚାଷ ପାଇଁ ଗୋବର ଖତର ଚାହିଦା ବୃଦ୍ଧି

0 819

ବୌଦ୍ଧ : ମୌସୁମୀ ଆସିବା ପୂର୍ବରୁ ବଣଜଙ୍ଗଲ ମଧ୍ୟରେ ଲୁଚିଛପି ଗଞ୍ଜେଇ ଚାଷ କରୁଥିବା ଚାଷୀ ଓ ମାଫିଆମାନେ ସକ୍ରିୟ ହୋଇ ଉଠିଥିବା ଚର୍ଚ୍ଚା ହେଉଛି । ଯୋଗାଯୋଗ ନଥିବା ଅଞ୍ଚଳରେ ଗଞ୍ଜେଇ ଚାଷ ହେଉଥିବାରୁ ମୌସୁମୀ ପୂର୍ବରୁ ହିଁ ଚାଷ ଉପକରଣ ଅଗମ୍ୟ ଅଞ୍ଚଳରେ ପହଞ୍ଚାଇବା ପାଇଁ କାମ ଆରମ୍ଭ କରିଦେଇଥିବା ଶୁଣାଯାଏ । କଣ୍ଟାମାଳ ବ୍ଲକ, ବରଗାଁ, ନାରାୟଣପ୍ରସାଦ, ଘଣ୍ଟାପଡା, ଆମ୍ବଗାଁ ଆଦି ଅଞ୍ଚଳରୁ ପ୍ରତିଦିନ ଦୁର୍ଗମ ଜଙ୍ଗଲ ଅଞ୍ଚଳକୁ ଟ୍ରାକ୍ଟର ଟ୍ରାକ୍ଟର ଗୋବରଖତ ଚାଲାଣ ହେଉଥିବା ଦେଖିବାକୁ ମିଳେ । ୮୦୦ ରୁ ୧୦୦୦ ଟଙ୍କା ଦରରେ ଗୋବରଖତ ସଂଗ୍ରହକରି ମାଫିଆମାନେ ଟ୍ରାକ୍ଟର ସହାୟତାରେ ଗଞ୍ଜେଇ ଚାଷପାଇଁ ପରିବହନ କରୁଥିବା ବର୍ତ୍ତମାନ ଏ ଅଞ୍ଚଳରେ ଏକ ସାଧାରଣ ଘଟଣା ହୋଇଥିବା ଦେଖିବାକୁ ମିଳୁଛି । ଗଞ୍ଜେଇ ଚାଷପାଇଁ ଗୋବର ଖତର ଚାହିଦା ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି । ଗାଇଗୋରୁ ରଖିଥିବା ଲୋକମାନେ ଗୋବରଖତ ବିକ୍ରିକରି ଦୁଇପଇସା ରୋଜଗାର କରୁଥିବାବେଳେ ତାହାକୁ ପରିବହନ ପାଇଁ ଟ୍ରାକ୍ଟର ମାଲିକମାନେ ମଧ୍ୟ ଚଢାଦରରେ ଭଡା ନେଇ ମାଲାମାଲ ହେଉଥିବା ଆଲୋଚନା ହେଉଛି । ଏହି ଖତ କନ୍ଧମାଳ ଜିଲ୍ଲାର ଗୋଚ୍ଛାପଡା ଓ ବାଲନ୍ଦାପଡା ଯାଏଁ ମଧ୍ୟ ଯାଉଥିବା ଦେଖିବାକୁ ମିଳେ ।

hiranchal ad1
Leave A Reply

Your email address will not be published.

ten + 20 =