ଆବାସ ଯୋଜନାର ମହା ଘୋଟଲା,ଶତାଧିକ ହିତାଧିକାରୀଙ୍କ ବ୍ଲକ ଘେରାଉ

0 136

ବୌଦ୍ଧ : ସାରା ରାଜ୍ୟରେ ବିଜୁ ପକ୍କାଘର ହେଉ କି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବୁହ ଦୁର୍ନୀତି ହେଉଥିବା ଖବର ସାମ୍ନାକୁ ଆସୁଛି । ଇତି ମଧ୍ୟରେ ବୌଦ୍ଧ ଜିଲ୍ଲାରେ ମଧ୍ୟ ଏହି ଯୋଜନାକୁ ନେଇ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ବୌଦ୍ଧ ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକରେ ଥିବା ହଜାର ହଜାର ଯୋଗ୍ୟ ହିତାଧିକାରୀ ଘର ନପାଇଁ ଅସନ୍ତୁଷ୍ଟ ହେବା ସହ ବ୍ଲକ କାର୍ଯ୍ୟାଳୟ ଘେରାଉ କରିଛନ୍ତି ।ସବୁ ବ୍ଲକରେ ଦେଖିବାକୁ ମିଳିଛି ଏହି ଘରର ମହା ଘୋଟଲା । ରାଜନେତାଙ୍କ ପାଖ ହିତାଧିକାରୀମାନେ ବାରମ୍ବାରଏହି ଯୋଜନା ଗୁଡିକରେ ଘର ପାଉଥିବାବେଳେ ଯୋଗ୍ୟ ହିତାଧିକାରୀ ଏଥିରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇବା ପାଇଁ ଯୋଗ୍ୟ ଥାଇ ସୁଦ୍ଧା ଏବଂ ପୂର୍ବରୁ ନାମ ଥାଇ ଏବେ ଚଞ୍ଚକତାର ଶିକାର ହୋଇ ଏହି ଯୋଜନାରୁ ବଞ୍ଚିତ ହୋଇଛନ୍ତି ହଜାର ହଜାର ହିତାଧିକାରୀ । ଏହାର ପ୍ରତିବାଦରେ ଆଜି କଣ୍ଟାମାଳ ବ୍ଲକ କାର୍ଯ୍ୟାଳୟ ଘେରାଉ କରିଥିଲେ ଶତାଧିକ ହିତାଧିକାରୀ । ଦୀର୍ଘ ସମୟ ନ୍ୟାୟ ଦାବିରେ ବିକ୍ଷୋଭ କରିବା ପରେ ବିଡିଓ ଆସି ଉତ୍ତ୍ୟକ୍ତ ହିତାଧିକାରୀଙ୍କୁ ଭେଟିଥିଲେ । ଦୀର୍ଘ ସମୟ ହିତାଧିକାରୀ ଓ ବିଡ଼ିଓଙ୍କ ମଧ୍ୟରେ ଆଲୋଚନା ହେଲା ପରେ ଆବାସ ଯୋଜନାରୁ ବଞ୍ଚିତ ହିତାଧିକାରୀଙ୍କୁ ଯୋଡିବା ପାଇଁ ବିଡ଼ିଓ ପ୍ରତିଶ୍ରୁତି ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବଞ୍ଚିତ ହଜାରେରୁ ଉଦ୍ଧ୍ୱର୍ ହିତାଧିକାରୀଙ୍କ ସମେତ ଯୁବନେତା ତଥା ସମାଜସେବୀ ଓମ୍‌ ପ୍ରକାଶ ମିଶ୍ର, ନାରାୟଣ କର୍ମୀ, ରାମ ତାଣ୍ଡି, ଯଦୁ ବାଘ, ଅନିଲ ପ୍ରଧାନ, ଶିବ କମ୍ପ, ଅଂଶୁମାନ କର୍ମୀ ପ୍ରମୁଖ ସାମିଲ ହୋଇ ସହଯୋଗ କରିଥିଲେ । ଖୁବଶୀଘ୍ର ହରଭଙ୍ଗା ଓ ବୌଦ୍ଧ ବ୍ଲକରେ ଏହିଭଳି ବ୍ଲକ ଘେରାଉ ଏବଂ ଗଣଧାରଣା ଦେବାକୁ ହିତାଧିକାରୀମାନେ ସୂଚନା ଦେଇଛନ୍ତି ।

hiring

hiranchal ad1
Leave A Reply

Your email address will not be published.

four × 5 =