ବ୍ଳକସ୍ତରୀୟ କଳାହାଣ୍ଡି ଉତ୍ସବ “ଘୁମୁରା’ମହୋତ୍ସବ ୨୦୨୩ ଉଦଘାଟିତ

0 51

କୋକସରା: କଳାହାଣ୍ଡି ଜିଲ୍ଲାର ସାଂସ୍କୃତିକ ଭାବଧାରା ଐତିହ୍ୟ ଓ ପରମ୍ପରାକୁ ଉଦଜୀବିତ କରିବା ପାଇଁ ମଙ୍ଗଳବାର କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସଦର ମହକୁମା ସ୍ଥିତ ଗୁଡହାଣ୍ଡି ମଞ୍ଚରେ ବ୍ଳକସ୍ତରୀୟ କଳାହାଣ୍ଡି ଉତ୍ସବ ‘ଘୁମୁରା’ ୨୦୨୩ ଉଦଘାଟିତ ହୋଇଛି । ପ୍ରଥମେ ଆମପାଣିର ଆରଧ୍ୟ ଦେବତା ପ୍ରଭୁ ବୁଢ଼ାରଜା ଦେବଙ୍କ ମନ୍ଦିରରୁ ଆମପାଣି ସରପଞ୍ଚ ରୁକ୍ମିଣୀ ବାଣୁଆଁଙ୍କ ନେତୃତ୍ୱରେ ଏକ ମଶାଲ ଶୋଭାଯାତ୍ରା କୋକସରାରେ ପହଞ୍ଚିଥିଲା । ସେହିପରି ମହିମାରୁ ବସ୍ତରେନ ମାଉଁଳି, ଲଡ଼ୁଗାଁର ଶୀତଳା ଦେବୀଙ୍କ ଲାଠିକାଳିଶୀ ସାମିଲ ହୋଇଥିଲେ । ପରେ କୋକସରା ଠାକୁରାଣୀ ମନ୍ଦିରରୁ ମଧ୍ୟ ଏକ ମଶାଲ ଶୋଭାଯାତ୍ରା ବାହାରି ଥିଲା । ସମସ୍ତ ଦେବଦେବୀଙ୍କ ମଶାଲ ଏକତ୍ରିତ ହେବା ପରେ ପାରମ୍ପରିକ ବାଦ୍ୟ ଘୁମୁରା, ଘଣ୍ଟ ଦଳ, ମାଦଳି, ଆଦିବାସୀ ବେଶଭୂଷାରେ ବିଭିନ୍ନ ନୃତ୍ୟ ଦଳ ମଶାଲ ଯାତ୍ରାରେ ସାମିଲ ହୋଇ ସହର ପରିକ୍ରମା କରିଥିଲେ । ପରେ ଦେବାଦେବୀଙ୍କ ମଶାଲ ଉତ୍ସବ ପଡ଼ିଆ ନିକଟରେ ପହଞ୍ଚିବା ପରେ ବ୍ଳକ ଅଧ୍ୟକ୍ଷା ରୀତା ଅଗ୍ରୱାଲ, ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ବିଡ଼ିଓ ଉତ୍ତମ କୁମାର ବାଗ, ତହସିଲଦାର ଦେବବ୍ରତ କରାଟି ପ୍ରମୁଖ ଗୁଡହାଣ୍ଡି ମଞ୍ଚ ନିକଟକୁ ପାଛେଟି ନେଇଥିଲେ । ବ୍ଳକ ଅଧ୍ୟକ୍ଷା ରୀତା ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଘାଟନି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଜନା ଓ ସମନ୍ୱୟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଯୋଗଦେଇ ଗୁଡହାଣ୍ଡି ମଞ୍ଚକୁ ଉଦଘାଟନ କରିଥିଲେ ।

hiring

ସମ୍ମାନିତ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମୌଷଧି ବାଗ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉତ୍ତମ କୁମାର ବାଗ, କୋକସରା ସରପଞ୍ଚ କିଶୋର ପ୍ରଧାନୀ ପ୍ରମୁଖ ମଞ୍ଚାସୀନ ହେଇଥିଲେ । ପ୍ରଥମେ ସାମୁହିକ ଦିପ ପ୍ରଜ୍ୱଳନ ସହିତ କୋକସରା ଜବାହର ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଷଣ ହୋଇଥିଲା । ପରେ କଳାହାଣ୍ଡିର ବିରବାଦ୍ୟ ଘୁମୁରା, ନୃତ୍ୟ ଓ ବିଭିନ୍ନ ଅନୁଷ୍ଠାନର କଳାକାର ମାନେ ମଞ୍ଚରେ କଳା ପ୍ରଦର୍ଶନ କରିଥିଲେ । ଉତ୍ସବ କମିଟି ପକ୍ଷରୁ ସ୍ୱତନ୍ତ୍ର ଭାବେ ଷ୍ଟଲ କରିଥିବାବେଳେ କୃଷି ବିଭାଗ, ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ, ସ୍ୱାସ୍ଥ୍ୟ ବିଭାଗ, ମିଶନ ଶକ୍ତି ମାଧ୍ୟମରେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଛତୁ ଚାଷ, ଧୂପକାଠି ତିଆରି, ଜୈବିକ ସାର, କାଗଜରେ ତିଆରି ଖଲିଦନା, କୁମ୍ଭକାର ମାନଙ୍କ ମାଟି ତିଆରି ସାମଗ୍ରୀ ଆଦି ପ୍ରଦର୍ଶିତ ହୋଇଛି । ସାମାଜିକ ସୁରକ୍ଷା ଅଧିକାରୀ ଦିପକ କୁମାର ବେହେରା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମଞ୍ଚକୁ କୁସୁମଖୁଣ୍ଟି ଶିଶୁ ବିଦ୍ୟାମନ୍ଦିର ଗୁରୁଜୀ ଉତ୍ତମ କୁମାର ପଣ୍ଡା ଓ କିଶନ ପଟ୍ଟନାୟକ ପରିଚାଳନା କରିଥିଲେ । କୋକସରା ଥାନା ଅଧିକାରୀ ପ୍ରସନ୍ନ ବେହେରାଙ୍କ ନେତୃତ୍ୱରେ ପୁଲିସ କର୍ମୀଚାରୀ ଓ ଏନସିସି ଲେପ୍ଟନାଣ୍ଟ ଅଶ୍ୱିନୀ ପଟ୍ଟନାୟକଙ୍କ ନେତୃତ୍ୱରେ ଏନସିସି କ୍ୟାଡେଟର ଛାତ୍ରଛାତ୍ରୀ ମାନେ ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ । ଉତ୍ସବରେ ବ୍ଳକର ସମସ୍ତ କର୍ମଚାରୀ, ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ଓ ବିଦ୍ୟାଳୟର ଛାତ୍ରଛାତ୍ରୀ ସମେତ ଅଞ୍ଚଳର ଜନ ସାଧାରଣ ଉତ୍ସବ ପଡ଼ିଆରେ ଉପସ୍ଥିତ ରହି ବିଭିନ୍ନ ଷ୍ଟଲ ବୁଲିବା ସହ ମନୋରଞ୍ଜନ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।ସନ୍ଧ୍ୟା ରେ ସ୍ଥାନୀୟ ଓ ରାଜ୍ୟସ୍ତରୀୟ କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେବାକୁ ଥିବା ବେଳେ ଆସନ୍ତା କାଲି ଉତ୍ସବ ର ଉଦଯାପନୀ ହେବବୋଲି ଉତ୍ସବ କମିଟି ପକ୍ଷରୁ ସୂଚନା ଦିଆଯାଇଛି ।

hiranchal ad1
Leave A Reply

Your email address will not be published.

9 + seventeen =