ଚାରିଛକରେ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପାଳନ

0 83

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଚାରିଛକଠାରେ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ ଯୋଗ ଦେଇଥିଲେ । ପ୍ରଥମେ ଶତାଧିକ ବିଜେଡି କର୍ମୀଙ୍କ ଗହଣରେ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ଏବଂ ମନ୍ତ୍ରୀ ପ୍ରଦୀପ ଅମାତଙ୍କୁ ପାଛୋଟି ନେଇ ଚାରିଛକ ଫୋରେଷ୍ଟ ବଙ୍ଗଳାଠାରୁ ଏକ ବିରାଟ ପଟୁଆର ବାହାରି ଚାରିଛକ ସଦର ମହାକୁମା ଠାରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ନିକଟରେ ପହଁଚି ପ୍ରଥମେ ପୁଷ୍ପ ମାଲ୍ୟାର୍ପଣ ଦେଇ ପଦଯାତ୍ରାରେ ସଭାସ୍ଥଳକୁ ଯାଇଥିଲେ । ସେଠାରେ ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଅବସରରେ ବିଜୁ ଜନତା ଦଳର ବିଭିନ୍ନ ଲୋକାଭିମୁଖୀ ଯୋଜନା ଗୁଡିକ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ଆଲୋକପାତ କରିଥିଲେ । ଆଗାମୀ ଦିନରେ ବିଜୁ ଜନତା ଦଳ ଲୋକଙ୍କ ପାଖକୁ ଯିବା ସହ ସରକାରଙ୍କ ବିଭିନ୍ନ ଯୋଜନା ଓ ଅଂଚଳର ବିକାଶ କ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ ଚେଷ୍ଟା ଜାରି ରଖିବ ବୋଲି ମନ୍ତ୍ରୀ ପ୍ରଦୀପ ଅମାତ ନିଜର ବକ୍ତବ୍ୟ ରଖିଥିଲେ । ଏହି ପ୍ରତିଷ୍ଠା ଉତ୍ସବରେ ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ତଥା ପଶ୍ଚିମ ଓଡିଶା ଉନ୍ନୟନ କମିଟି ସଦସ୍ୟ ସୁବୋଧ ପ୍ରଧାନ, ଜିଲ୍ଲା ପରିଷଦ ଅଧକ୍ଷା ପ୍ରଭାସିନୀ ଦାସ, ୬ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ କଳ୍ପନା ସାହୁ, ୫ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟା ଉର୍ମିଳା ଝାଙ୍କର, ସ୍ଥାନୀୟ ସରପଞ୍ଚ ଶ୍ରୀବନ୍ତ ମେହେର, ବିଜେଡି ନେତା ରବି ନାରାୟଣ ପ୍ରଧାନ, ଅଶୋକ ସାହୁ ପ୍ରମୁଖ ମଞ୍ଚସିନ ଥିବାବେଳେ ବ୍ଲକର ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ଓ ଶତାଧିକ ବିଜେଡି କର୍ମୀ ମାନେ ଯୋଗ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

fifteen − 10 =