ଭୁବନେଶ୍ୱର : ଆସନ୍ତାକାଲି ଦିନ ଗୋଟାଏ ପରେ ରାଜ୍ୟର ସମସ୍ତ ବିଦ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି। ଏନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ବୁଧବାର ପୁରୁଷ ହକି ବିଶ୍ୱକପ୍ ୨୦୨୩ର ଉଦଘାଟନି ସମୋରୋହ ହେବାକୁ ଥିବାରୁ ସରକାର ଏପରି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।
ସୂଚନାଥାଉକି, ପୁରଷ ହକି ବିଶ୍ବକପର ଉଦ୍ଘାଟନ କାର୍ଯ୍ୟକ୍ରମ ୧୧ ଜାନୁଆରୀ, ୨୦୨୩ ସନ୍ଧ୍ୟା ୬ଟାରେ କଟକ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଉଦ୍ଘାଟନୀ ଉତ୍ସବରେ ବଲିଉଡ ଏବଂ ଓଡ଼ିଶାର ପ୍ରସିଦ୍ଧ କଳାକାରମାନେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି।