ନବନିର୍ମାଣ କୃଷକ ସଙ୍ଗଠନର ସାମ୍ବାଦିକ ସମ୍ମିଳନୀ

0 129

ସୁବର୍ଣ୍ଣପୁର,୧୦/୧ – ଆଜି ସୋନପୁରର ହୋଟେଲ ଗ୍ରୀନପାର୍କ ପରିସରରେ ନବନିର୍ମାଣ କୃଷକ ସଙ୍ଗଠନ ତରଫରୁ ସୁବର୍ଣ୍ଣପୁର ଜିଲ୍ଲାର ସାଙ୍ଗଠନିକ ସମ୍ମିଳନୀ ଓ ସାମ୍ବାଦିକ ସମ୍ମିଳନୀ ପ୍ରଦ୍ୟୁମ୍ନ କୁମାର ପାଢୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଯୋଗଦେଇ ପ୍ରାଇସ ପ୍ରେଷ୍ଟିଜ ଓ ପେନସନ୍‌ର ଆଭିମୁଖ୍ୟ ବିଷୟରେ ବୁଝାଇବା ସହିତ ଟାଟାପାୱାରର ବିଦ୍ୟୁତ ସମ୍ବନ୍ଧିତ ଶୋଷଣ ପ୍ରକ୍ରିୟା ଏବଂ ଚାଷୀର ଋଣମୁକ୍ତି ବିଷୟରେ ଗମ୍ଭୀର ପ୍ରତିକ୍ରିୟା ରଖି ସରକାରଙ୍କ ବିରୁଦ୍ଧରେ ଚାଷୀଙ୍କୁ ସଂଗଠିତ ହେବା ପାଇଁ ଆହ୍ୱାନ ଦେଇଥିଲେ । ଏଥିରେ ନବନିର୍ମାଣ ଯୁବ ଛାତ୍ର ସଂଗଠନର ମନୱର ଅଲ୍ଲୀ ଯୋଗଦେଇ ଯୁବକମାନେ ଚାଷୀମାନଙ୍କୁ ସଂଗଠିତ କରିବାରେ ମୁଖ୍ୟ ଭୂମିକା ନେବା ପାଇଁ ଆହ୍ୱାନ ଦେଇଥିଲେ । ସୋନପୁର ଜିଲ୍ଲା ସଂଗଠନର ଉପଦେଷ୍ଟା ରାଜେନ୍ଦ୍ର ମିଶ୍ର ଉକ୍ତ ସଂଗଠନକୁ ବ୍ୟାପକ କରିବାପାଇଁ ରଣନୀତି ଉପରେ ଆଲୋକପାତ କରିଥିଲେ । ସାଙ୍ଗଠନିକ ସମ୍ମିଳନୀରେ ଏହା ନିଷ୍ପତ୍ତିି କରାଗଲା ଯେ ଉକ୍ତ ସମସ୍ୟା ଗୁଡିକୁ ନେଇ ଆଗାମୀ ୮ ଫେବୃଆରୀରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଅଫିସ କାର୍ଯ୍ୟାଳୟ ଘେରାଉ କରାଯିବ । ଉକ୍ତ ପ୍ରେସବାର୍ତ୍ତାରେ ବିଶେଶ୍ୱର ପାଣିଗ୍ରାହୀଙ୍କ ସମେତ ସବୁ ବ୍ଲକରୁ ପ୍ରତିନିଧି ଭାବରେ ରାଜେନ୍ଦ୍ର ସା, ଦୟାନିଧି ମେହେର, ନିତିନ ପ୍ରଧାନ, କୃଷ୍ଣଚନ୍ଦ୍ର ସେଠୀ, ଶିବ ପ୍ରସାଦ ପଣ୍ଡା, ମକାରୁ କର୍ଣ୍ଣ, ବୀରମିତ୍ର ପ୍ରଧାନ, ଅଭିଷେକ ପାତ୍ର, ମଣ୍ଟୁ ମନ୍ତ୍ରା, ଅର୍ଜୁନ ମାଝୀ, ମୌସମ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ବ୍ରଜବିହାରୀ ବିଶି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

five × five =