ଆଦର୍ଶ ଶିକ୍ଷୟିତ୍ରୀଙ୍କ ପରଲୋକ

0 226

ପୁରୀ:ସଂଜୀବନୀ ଓ ନୀଳାଚଳ ନର୍ସିଂ ହୋମ ର ପ୍ରତିଷ୍ଠାତା ସ୍ବର୍ଗତ ଦେବ ପ୍ରସାଦ ମହାପାତ୍ରଙ୍କ ସହଧର୍ମିଣୀ ତଥା ଆଦର୍ଶ ଶିକ୍ଷୟିତ୍ରୀ ପ୍ରତିଭା ରଥଙ୍କର ହୃଦଘାତ ରେ ପରଲୋକ ଘଟିଛି।ମୃତ୍ୟୁ ବେଳକୁ ତାଙ୍କୁ ୭୫ବର୍ଷ ବୟସ ହୋଇଥିଲା। ଗତ ତିନିଦିନ ତଳେ ଶ୍ରୀମତୀ ରଥ ଭୁବନେଶ୍ୱରରେ ଥିବା ଭଉଣୀ ଘରକୁ ବୁଲିବାକୁ ଯାଇଥିଲେ।ତେବେ ବୁଧବାର ରାତ୍ରି ୯ଟା୧୫ ମିନିଟ ସମୟ ରେ ହୃଦଘାତ ରେ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା।ତାଙ୍କର ପାର୍ଥିବ ଶରୀର ପୁରୀ ନିଜସ୍ଵ ବାସଭବନରେ ପହଞ୍ଚିବା ପରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା।ବାସଭବନରେ ପରିବାର ସଦସ୍ୟ,ଆତ୍ମୀୟ ସ୍ୱଜନ ଓ ସହରର ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ତାଙ୍କର ଶେଷ ଦର୍ଶନ କରିବାସହ ସବାଧାରରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ।

hiring

ପରେ ଏକ ଶୋକାକୁଳ ଶୋଭାଯାତ୍ରାରେ ତାଙ୍କର ପାର୍ଥିବ ଶରୀରକୁ ସ୍ଵର୍ଗଦ୍ଵାର ନିଆଯାଇ ଅନ୍ତିମ ସଂସ୍କାର କରାାଯାଇଥିଲା।ଜ୍ୟେଷ୍ଠପୁତ୍ର ଶୁଭ୍ରାଂଶୁ ଶେଖର ମହାପାତ୍ର ମୁଖାଗ୍ନି ଦେଇଥିଲେ।ସ୍ଵର୍ଗଦ୍ଵାର ରେ କନିଷ୍ଠ ପୁତ୍ର ସିତାଂସୁ ଶେଖର ମହାପାତ୍ର,କନ୍ୟା ସ୍ୱପ୍ନଶ୍ରୀ ରଥ,ଜାମାତା ଜୟଦେବ ରଥ , ନାତି ପ୍ରିନ୍ସ,ଶୁଭମ,ନାତୁଣୀ କୀର୍ତ୍ତି,ପରିବାର ସଦସ୍ୟ ଓ ଆତ୍ମୀୟ ସ୍ୱଜନ ମାନେ ଉପସ୍ଥିତ ଥିଲେ।ଶ୍ରୀମତୀ ରଥଙ୍କ ବିୟୋଗରେ ସହରରେ ଶୋକର ଛାୟା ଖେଳିଯାଇଛି।ଜଣେ ଆଦର୍ଶ ଶିକ୍ଷୟିତ୍ରୀ ଭାବେ ସେ ଜନମାନସ ରେ ପରିଚିତ ଥିଲେ।ନିଜର ଛାତ୍ର ବତ୍ସଳତା ପାଇଁ ସେ ବିଶ୍ବମ୍ବର ବିଦ୍ୟାପୀଠ ରେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ପ୍ରିୟପାତ୍ର ଥିଲେ।ତାଙ୍କର ଅକାଳ ମୃତ୍ୟୁରେ ପୁରୀ ସହରରେ ଶୋକ ର ଛାୟା ଖେଳି ଯାଇଛି।

hiranchal ad1
Leave A Reply

Your email address will not be published.

three × 4 =