ବୌଦ୍ଧ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ହକି ମ୍ୟାଚ ଲାଇଭ ଦେଖିଲେ ହଜାର ହଜାର ଦର୍ଶକ

0 70

ବୌଦ୍ଧ,୧୩/୧:- ଜିଲ୍ଲା ସଂସ୍କୃତି ପରିଷଦ ଓ ଜିଲ୍ଲା ମହୋତ୍ସବ କମିଟିର ମିଳିତ ଆନୁକୂଲ୍ୟରେ ତଥା ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ, ଓରମାସ ଓ ବୟନିକାର ସହଯୋଗକ୍ରମେ ବୌଦ୍ଧ ମହୋତ୍ସବ ଦ୍ୱିତୀୟ ସନ୍ଧ୍ୟାରେ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲାପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର ଯୋଗଦେଇଥିଲେ । ସମ୍ମାନୀତ ଅତିଥିଭାବେ ବୌଦ୍ଧ ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ ଏବଂ ହରଭଙ୍ଗା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସ୍ନେହଲତା ପ୍ରଧାନ ଉପସ୍ଥିତ ଥିଲେ । ଆଜି ମଞ୍ଚାସୀନ ଅତିଥିମାନଙ୍କୁ ଜିଲ୍ଲାପାଳ ଶ୍ରୀ ସାହୁ ସମ୍ବର୍ଦ୍ଧିତ କରିଥିବାବେଳେ ରାଜ୍ୟ ଲୋକକଳା ସଂସ୍କୃତି ସଂଘର ଉପସଭାପତି ଅବନୀ କୁମାର ମିଶ୍ର ଏବଂ ଉକ୍ରଳ ସଙ୍ଗୀତ ମହାବିଦ୍ୟାଳୟର ସ୍ୱତନ୍ତ୍ର ଭାରପ୍ରାପ୍ତ ଅଧିକାରୀ ଅମୀୟ କୁମାର ଧଳ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

hiring

ମହୋତ୍ସବର ଦ୍ୱିତୀୟ ଦିନ ସନ୍ଧ୍ୟା ୭ଟାରୁ ସାଢେ ୮ଟା ପର୍ଯ୍ୟନ୍ତ ୪ଟି ବିଶାଳ ଏଲଇଡି ପରଦା ଜରିଆରେ ଉପସ୍ଥିତ ଜନସାଧାରଣ ଭାରତ ଓ ସ୍ପେନ ମଧ୍ୟରେ ଅନୁଷ୍ଠିତ ପୁରୁଷ ହକି ବିଶ୍ୱ କପ୍‌ର ଉଦଘାଟନୀ ମ୍ୟାଚକୁ ଉପଭୋଗ କରିଥିଲେ । ହକି ମ୍ୟାଚ ସମାପ୍ତ ହେବାପରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ, ବୌଦ୍ଧ ସାଂସ୍କୃତିକ ଅନୁଷ୍ଠାନ, ରଶ୍ମିରେଖା ଓ ସାଥୀ, ଶଙ୍କର ବେହେରା ଓ ସାଥୀଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ବୌଦ୍ଧରେ ପ୍ରଥମଥର ପାଇଁ ଆୟୋଜିତ ହୋଇଥିବା ରାଜ୍ୟସ୍ତରୀୟ ହସ୍ତତନ୍ତ ପ୍ରଦର୍ଶନୀର ୧୧୨ଟି ଷ୍ଟଲରେ ବିପୁଳ ସଂଖ୍ୟାରେ ଜନସାଧାରଣଙ୍କ ଭିଡ ଦେଖିବାକୁ ମିଳିଥିଲା । ଓରମାସର ବିଭିନ୍ନ ଷ୍ଟଲରେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ଉତ୍ପାଦିତ ଦ୍ରବ୍ୟ, ମିଶନଶକ୍ତି କାଫେ, ମିଲେଟ କାଫେ ଓ ବିଭିନ୍ନ ଖାଦ୍ୟଷ୍ଟଲରେ ମଧ୍ୟ ବହୁମାତ୍ରାରେ ଭିଡ ପରିଲକ୍ଷିତ ହୋଇଥିଲା । ଏଥିସହିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମଧ୍ୟ ଦର୍ଶକେ ଖୁବ୍‌ ଉପଭୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

twelve − 6 =