ସୁବର୍ଣ୍ଣପୁର,୧୪/୧- ସୁବର୍ଣ୍ଣପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ସୁରେଶ୍ୱରୀଙ୍କ ଠାରେ ପୂଜାର୍ଚ୍ଚନା ଓ ମାଁଙ୍କୁ ଆବାହନ ପରେ ଜ଼ିଲ୍ଲାର ଶହଶହ କଳାକାରଙ୍କୁ ନେଇ ଆଜି ସୁବର୍ଣ୍ଣ ଲୋକ ମହୋତ୍ସବ ୨୦୨୩ ଉଦଘାଟନ ପାଇଁ ଏକ ବିଶାଳ ସାଂସ୍କୃତିକ ଶୋଭାଯାତ୍ରା ଆରମ୍ଭହୋଇ ସହର ପରିକ୍ରମା କରିଥିଲା । ଦିନ ୧୧ ଟା ବେଳେ ମହୋତ୍ସବସ୍ଥଳ ରାମେଶ୍ୱର ଷ୍ଟାଡିଅମର ଫକୀର ପଟ୍ଟନାୟକ ମୁକ୍ତ ରଙ୍ଗମଞ୍ଚରେ ପୂଜାର୍ଚ୍ଚନା କରାଯାଇଥିଲା । ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ, ଏସପି ଅମରେଶ ପଣ୍ଡା, ପିଡିଡିଆରଡିଏ ନିହାର ରଞ୍ଜନ କହଁର ଙ୍କ ସମେତ ଜ଼ିଲ୍ଲାର ସମସ୍ତ ପଦାଧିକାରୀ, ବୁଦ୍ଧିଜୀବୀ, ସମାଜସେବୀ ଓ ଜନସାଧାରଣ ଯୋଗ ଦେଇଥିଲେ । ପ୍ରକାଶଯୋଗ୍ୟଯେ ଆଜିଠାରୁ ୧୬ତାରିଖ ପର୍ଯ୍ୟନ୍ତ ସୁବର୍ଣ୍ଣ ଲୋକମହୋତ୍ସବ ସହ ପଲ୍ଲିଶ୍ରୀ ମେଳା ଅନୁଷ୍ଠିତ ହେବ ।