ଆଉ ଜଣେ ପଜିଟିଭ ଚିହ୍ନଟ, ସମ୍ବଲପୁର ଜିଲ୍ଲାରେ ମୋଟ ସଂଖ୍ୟା ୧୮ ହେଲା

0 134

ସମ୍ବଲପୁର: ଆଜି ଆଉ ଜଣେ ପଜିଟିଭ ଚିହ୍ନଟ ହେଲାପରେ ସମ୍ବଲପୁର ଜିଲ୍ଲାରେ ମୋଟ ରୋଗୀ ସଂଖ୍ୟା ୧୮ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୧୨ଜଣ ସୁସ୍ଥ ହୋଇ ଘରକୁ ଫେରିଗଲେଣି ଓ ବାକି ସକ୍ରିୟ ରୂପେ ୬ ଜଣଙ୍କ ଚିକିତ୍ସା ଚାଲିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ବିଷୟରେ ଆମ ହସ୍ତଗତ ସୂଚନା ଅନୁସାରେ ଆଜି ଜଣେ ୩୬ବର୍ଷୀୟ ପୁରୁଷଙ୍କୁ ପଜିଟିଭ ଚିହ୍ନଟ କରାଯାଇଛି । ଗତ ୪ଜୁନ ଦିନ ତମିଲନାଡୁ ର ଚେନ୍ନାଇ ରୁ ଏଠାକୁ ଆସିଲା ପରେ ତାଙ୍କୁ ସ୍ଥାନୀୟ ଜମନକିରା ବ୍ଲକ ଅନ୍ତର୍ଗତ କୁଲୁଣ୍ଡି ଶାସକୀୟ କ୍ୱାରେଣ୍ଟାଇନ କେନ୍ଦ୍ରରେ ଅନୁଧ୍ୟାନ ପାଇଁ ରଖାଯାଇଥିଲା । କରୋନା ର କୌଣସି ଲକ୍ଷଣ ତାଙ୍କ ଦେହରେ ଦେଖା ଯାଇ ନ ଥିଲା କିନ୍ତୁ ସ୍ୱାବ ପରୀକ୍ଷାରେ ପଜିଟିଭ ବାହାରିଲା । ତାଙ୍କର ଚିକିତ୍ସା ପାଇଁ ତାଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଓ ତାଙ୍କର ସମ୍ପର୍କ ସୂଚୀ ପ୍ରସ୍ତୁତ କରାଯାଉଛି ।

hiranchal ad1
Leave A Reply

Your email address will not be published.

nine + 10 =