ହାଇକୋର୍ଟର ବିଚାରପତି ଭାବେ ଶପଥ ନେଲେ ସାବିତ୍ରୀ ରଥ

0 117

କଟକ : ଓଡିଶା ହାଇକୋର୍ଟର ନୂଆ ବିଚାରପତି ଭାବେ ସାବିତ୍ରୀ ରଥ ଶପଥ ଗ୍ରହଣ କରିଛନ୍ତି । ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ମହମ୍ମଦ ରଫିକ୍ ଶ୍ରୀମତି ରଥଙ୍କୁ ପ୍ରଶାସନିକ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଓଡିଶା ହାଇକୋର୍ଟ ପରିସରରେ ନିରାଡମ୍ବର ଭାବେ ଆୟୋଜିତ ଉତ୍ସବରେ କୋଭିଡ ନିୟମ ପାଳନ ପୂର୍ବକ ଏହି ଶପଥ ଗ୍ରହଣ ଉତ୍ସବ ହୋଇଥିଲା । ଉଲ୍ଲେଖଯୋଗ୍ୟ ଯେ, ୨୦୨୦ ଜାନୁଆରୀ ୨୨ରେ ହାଇକୋର୍ଟ ବିଚାରପତି ଭାବେ ତାଙ୍କ ନାମ ସୁପ୍ରିମକୋର୍ଟ କଲେଜିୟମ ସୁପାରିଶ କରିଥିଲେ । ଏ ନେଇ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଶ୍ରୀମତୀ ରଥ ବିଚାରପତି ପଦରେ ନିଯୁକ୍ତି ପାଇ ୨୦୧୯ ମଇ ୭ରେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ସୁପ୍ରିମକୋର୍ଟଙ୍କ ନିକଟକୁ ପଠାଇଥିଲେ । ୨୦୧୯ ଅକ୍ଟୋବର ୩ରେ ଅନୁଷ୍ଠିତ ସୁପ୍ରିମକୋର୍ଟ କଲେଜିୟମ ବୈଠକରେ ଶ୍ରୀମତି ରଥଙ୍କ ନାମ ପ୍ରସ୍ତାବ ଉପରେ ଆଲୋଚନା କରି ନିଷ୍ପତ୍ତି ନେଇଥିଲେ । ଶ୍ରୀମତି ରଥ ଓଡିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିବା ପରେ ବିଚାରପତି ସଂଖ୍ୟା ୧୬ରେ ପହଞ୍ଚିଛି ।

hiranchal ad1
Leave A Reply

Your email address will not be published.

seventeen + six =