ଦଶପଲ୍ଲା : ଆଜି ଦଶପଲ୍ଲା ବ୍ଲକ ଟାକରା ଗ୍ରାମବାସୀ ଖୋର୍ଦ୍ଧା-ବଲାଙ୍ଗୀର ରେଳ ବିଭାଗ ତାର କାର୍ଯ୍ୟ କରୁଥିବା ବେଳେ ସେଠାରେ ପହଞ୍ଚି କାର୍ଯ୍ୟକୁ ବନ୍ଦ କରିଥିଲେ ଟାକରା ଗ୍ରାମବାସୀ । କ୍ଷତି ପୂରଣ ପ୍ରଦାନ ନ କରି କିଭଳି ଭାବରେ ରେଳ ବିଭାଗ ମନ ଇଚ୍ଛା କାର୍ଯ୍ୟ କରୁଛି ବୋଲି ଗ୍ରାମବାସୀ ପ୍ରଶ୍ନ ମଧ୍ୟ କରିଥିଲେ । ଆଗରୁ ଏ ସଂପର୍କରେ ଗ୍ରାମବାସୀ ବହୁବାର ଅଭିଯୋଗ କରିଥିଲେ ମଧ୍ୟ ପ୍ରଶାସନ ଶୁଣୁ ନ ଥିବା ଅଭିଯୋଗ ଆଣିଛନ୍ତି ରେଳ ଲାଇନ୍ ପାଇଁ ଜମି ହରାଉଥିବା କ୍ଷତିଗ୍ରସ୍ତ ଜନସାଧାରଣ ।
ଉଚିତ୍ ପ୍ରାପ୍ୟ ନ ଦେଇ ରେଳ ପ୍ରକଳ୍ପ କାର୍ଯ୍ୟ ହୋଇ ପାରିବ ନାହିଁ ବୋଲି ସିଧାସଳଖ ପ୍ରଶାସନକୁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ । ଯଦି ପ୍ରଶାସନ ଏଥିପ୍ରତି କର୍ଣ୍ଣପାତ ନ କରନ୍ତି ତେବେ କ୍ଷତିଗ୍ରସ୍ତ ଗ୍ରାମବାସୀମାନେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟହେବେ ବୋଲି ଚେତାବନୀ ଦେଇଛନ୍ତି ।