ବୌଦ୍ଧ ଜିଲ୍ଲାରେ ତ୍ରୟୋଦଶ ଜାତୀୟ ମତଦାତା ଦିବସ ପାଳିତ

0 60

ବୌଦ୍ଧ,୨୫/୧: ବୌଦ୍ଧ ଜିଲ୍ଲାରେ ଚଳିତବର୍ଷ ତ୍ରୟୋଦଶ ଜାତୀୟ ମତଦାତା ଦିବସ ସ୍ଥାନୀୟ ଟାଉନହଲ ଠାରେ ପାଳିତ ହୋଇଯାଇଛି । ଏଥିପୂର୍ବରୁ ଉପରୋକ୍ତ କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ଏକ ବିଶାଳ ମାନବ ଶୃଙ୍ଖଳର ପରିକଳ୍ପନା କରଯାଇଥିଲା ଓ ମାନବ ଶୃଙ୍ଖଳ କାଯ୍ୟକ୍ରମଟି ଆଜି ସକାଳ ସାଢେ ୮ଟାରେ ହାତୀଶାଳ ଛକଠାରୁ ବାହାରି ବୌଦ୍ଧ ଷ୍ଟାଡିୟମ, ପୋଷ୍ଟଅଫିସ ଛକ, ଗାନ୍ଧୀଛକ ଓ ଗୋପବନ୍ଧୁଛକ ପର୍ଯ୍ୟନ୍ତ ପ୍ରାୟ ୨ କିଲୋମିଟର ଚାଲିଥିଲା ଓ ଏହାର ମୂଳଲକ୍ଷ୍ୟ ହେଉଛି ଗଣତନ୍ତ୍ରର ସୁରକ୍ଷା ନିମନ୍ତେ ଭୋଟର ମାନଙ୍କୁ ସଚେତନ କରିବା ଓ ଆଗାମୀ ନିର୍ବାଚନରେ ଭବିଷ୍ୟତ ନାଗରିକ ତଥା ଭୋଟରମାନଙ୍କୁ ଭୋଟଦାନରେ ସକ୍ରିୟ ଅଂଶଗ୍ରହଣ କରିବା ନିମନ୍ତେ ଉତ୍ସାହିତ କରିବା । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ କଲେଜର ଛାତ୍ରଛାତ୍ରୀ, ଅଙ୍ଗନୱାଡି କର୍ମୀ , ଜିଲ୍ଲାର ସମସ୍ତ ଏନଜିଓର କର୍ମକତ୍ତା , ଓକିଲ ଓ ବୁଦ୍ଧିଜୀବି ବରିଷ୍ଠ ନାଗରିକ ମାନେ ଯୋଗ ଦେଇଥିଲେ । ପରବର୍ତ୍ତୀ ସମୟରେ ଟାଉନହଲ ଠାରେ ତ୍ରୟୋଦଶ ଜାତୀୟ ମତଦାତା ଦିବସ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ବବିତା ରାଣୀ ଦଳବେହେରାଙ୍କ ଅଧ୍ୟକ୍ଷତାରେ ପାଳନ କରାଯାଇଥିଲା । ଏହି ସଭାରେ ଜିଲ୍ଲାର ଜିଲ୍ଲାପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର, ନିର୍ବାଚନ ପଞ୍ଜିକରଣ ଅଧିକାରୀ ତଥା ଉପଜିଲ୍ଲାପାଳ ରବୀନ୍ଦ୍ରନାଥ କହଁର ଓ ଡେପୁଟି କଲେକ୍ଟର ନିର୍ବାଚନ ସତ୍ୟଜିତ ମହାପାତ୍ର ଉପସ୍ଥିତ ଥିଲେ । ସମସ୍ତ ଅତିଥିଙ୍କ ଉପସ୍ଥିତିରେ ଡେପୁଟି କଲେକ୍ଟର ତ୍ରୟୋଦଶ ଜାତୀୟ ମତଦାତା ଦିବସ ପାଳନ ସମ୍ବନ୍ଧରେ ସମ୍ୟକ ଧାରଣା ପ୍ରଦାନ କରିଥିଲେ ଓ ମତଦାତା ଦିବସ ଅବସରରେ ଜିଲ୍ଲା ନିର୍ବାଚନ ଅଧିକାରୀ ନୂତନ ମତଦାତା, ବୁଥସ୍ତରୀୟ ଅଧିକାରୀ ଓ ସମସ୍ତ ଉପସ୍ଥିତ ଅତିଥି ମାନଙ୍କୁ ଶପଥ ପାଠ କରାଇଥିଲେ ।

hiring

ତାପରେ ଜିଲ୍ଲାପାଳଙ୍କ ଅନୁପସ୍ଥିରେ ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ୱାରା କରାଯାଇଥିବା କୁଇଜ, ଓଡିଆ ରଚନା, ବକୃତା , ରୋଙ୍ଗଲି, ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ନୂତନ ମତଦାତା ମାନଙ୍କୁ ନୂତନ ଭୋଟରକାର୍ଡ ମଧ୍ୟ ପ୍ରଦାନ କରାଗଲା । ଗତ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ସମୟରେ ୧୭+ , ୧୮-୧୯ ବର୍ଷ ବୟସ ମତଦାତାଙ୍କୁ ଭୋଟର ତାଲିକାରେ ପଞ୍ଜିକରଣ ଭୋଟର କାର୍ଡ ସହିତ ଆଧାର ନମ୍ବର ସଂଯୋଗୀକରଣ କରିଥିବାରୁ ଜିଲ୍ଲାର ତିନିଜଣ ବୁଥସ୍ଥରୀୟ ଅଧିକାରୀ ସୁପରଭାଇଜର, ତିନିଜଣ ବୁଥ ସ୍ଥରୀୟ ଅଧିକାରୀଙ୍କୁ ଉତ୍ସାହିତ ମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା । ଜିଲ୍ଲାର ସମସ୍ତ ସହ ନିର୍ବାଚନ ପଞ୍ଜିକରଣ ଅଧିକାରୀ ମାନଙ୍କୁ ଭୋଟର ସଂଶୋଧନ-୨୦୨୩ ପ୍ରକ୍ରିୟାରେ ସକ୍ରିୟ ଯୋଗଦାନ ତଥା ସୁଚାରୁରୂପେ ସଂଶୋଧନ ପ୍ରକ୍ରିୟାର ସଂପାଦନ ନିମନ୍ତେ ପୁରସ୍କୃତ କରଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଉପ ବିଭାଗ ଅଧିକାରୀ ବିଜୟ କୁମାର ପାଢୀ, ବରିଷ୍ଠ ରାଜସ୍ୱ ସହାୟକ ସରୋଜ କୁମାର ବେହେରା, କନିଷ୍ଠ ରାଜସ୍ୱ ସହାୟକ ଜିତେନ୍ଦ୍ର କୁମାର ମେହେର ଓ ମନୋଜ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲାକୁ ପ୍ରଥମ ସ୍ଥାନକୁ ଉତ୍ତୀର୍ଣ୍ଣ କରିବାରେ ପ୍ରମୁଖ ଅବଦାନ ପାଇଁ ପୁରସ୍କୃତ କରାଯାଇଥିଲା । ଶେଷରେ ନିର୍ବାଚନ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

1 × 4 =