ଓଡିଶା ଛୁଇଁଲା ମୌସୁମୀ : ରାଜ୍ୟର ଅଧିକ ସ୍ଥାନରେ ବର୍ଷା ଆରମ୍ଭ

0 107

ଭୁବନେଶ୍ୱର : ଶେଷରେ ପୂର୍ବ ଆକଳନ ଅନୁଯାୟୀ ଆଜି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡିଶା ଛୁଇଁଛି । ଭାରତୀୟ ପାଣିପାଗ ବିଭଗ ପକ୍ଷରୁ ଏ ନେଇ ତାଜା ସୂଚନା ଦିଆଯାଇଛି । ଏହାର ପ୍ରଭାବରେ ଆଜି ସାରା ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ମୌସୁମୀ ବର୍ଷା ଆରମ୍ଭ ହୋଇଛି । ଭାରତୀୟ ପାଣିପାଗ ବିଭାଗ ଜୁନ୍ ୧୧ ଓ ୧୨ ତାରିଖରେ ମୌସୁମୀ ଛୁଇଁବ ବୋଲି ପୂର୍ବ ଆକଳନ କରିଥିଲେ । ଯାହା ଆଜି ପ୍ରବେଶ କରିଛି । ଉଲ୍ଲେଖଯୋଗ୍ୟ ଯେ, ଓଡିଶାର ମୁଖ୍ୟ ପର୍ବ ରଜ ଆସନ୍ତା ୧୪ ତାରିଖରେ ଆରମ୍ଭ ହେବାକୁ ଯାଉଥିବାବେଳେ ରଜ ତିନିଦିନ ମୌସୁମୀ ବର୍ଷାରେ ରଜକୁ ଭିଜାଇ ନିଆରା ଆନନ୍ଦ ସୃଷ୍ଟି କରିବ । ଅପରପକ୍ଷରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିହୋଇଥିବାରୁ ଏହାର ପ୍ରଭାବରେ ଉତ୍ତର ଓଡିଶାର କେତେକ ସ୍ଥାନରେ ବର୍ଷା ଆରମ୍ଭ ହୋଇଥିବା ଜଣାପଡିଛି । ରାୟଗଡା, ଗଞ୍ଜାମ, ଗଜପତି, ପୁରୀ, କନ୍ଧମାଳ, କଳାହାଣ୍ଡି, କେନ୍ଦୁଝର, କଟକ, ବାଲେଶ୍ୱର, ଭଦ୍ରକ, ଖୋଦ୍ଧର୍କା, ଢେଙ୍କାନାଳ, ବଲାଙ୍ଗୀର, ସୋନପୁର, ବୌଦ୍ଧ, ନୟାଗଡ ଓ ପୁରୀ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଥିବା ଜଣାପଡିଛି । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ୧୫ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଏହି କାରଣରୁ ରାଜ୍ୟର ୧୪ଟି ଜିଲ୍ଲାରେ ୱୋଲୋ ୱାର୍ଣ୍ଣିଂ ଦିଆଯାଇଛି । ଲଘୁଚାପ ବର୍ଷା ସମୟରେ କେତେକ ସ୍ଥାନରେ ବିଜୁଳି ଘଡଘଡି ସହିତ ଝଡର ସମ୍ଭାବନା ରହିଥିବାବେଳେ ୩୦ ରୁ ୪୦ କି.ମି ବେଗରେ ପବନ ବୋହିବ । ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବାପାଇଁ ପରାମର୍ଶ ଦିଆଯାଇଛି । ଆଜି ଭୁବନେଶ୍ୱରରେ ଅପରାହ୍ନରେ ବିଜୁଳି ଘଡଘଡି ସହିତ ସାମାନ୍ୟ ବର୍ଷା ହୋଇଛି ।

hiranchal ad1
Leave A Reply

Your email address will not be published.

nineteen − fifteen =